ଭୁବନେଶ୍ୱର,୨୩ା୬(ବ୍ୟୁରୋ): ୨୦୨୨ ମାର୍ଚ୍ଚ ୧୦ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିବା ରାଜ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ୨୦୨୧ ଏପ୍ରିଲ ସୁଦ୍ଧା ଶେଷ କରିବାକୁ କମିଶନ ପଞ୍ଚାୟତିରାଜ ବିଭାଗକୁ ୨୦୨୧ ଜାନୁୟାରୀ ଓ ମାର୍ଚ୍ଚରେ ଦୁଇଟି ଚିଠି ଲେଖିଥିଲେ। ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ନିର୍ବାଚନ ନେଇ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ନ ଦେଲେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେବ ପୌର ନିର୍ବାଚନ ନ କରି ଝୁଲାଇ ରଖିଛନ୍ତି। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ଆଇନରେ ସଂଶୋଧନ କରୁ ନ ଥିବାରୁ ଏହା ବିଳମ୍ବ ହୋଇ ଚାଲିଛି। ପୌର ନିର୍ବାଚନରେ ଏସ୍ସି,ଏସ୍ଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଓଡ଼ିଶା ମ୍ୟୁନିସିପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଅଣଅନୁସୂଚିତ ଅଞ୍ଚଳରେ ଏସ୍ସି, ଏସ୍ଟି ଏବଂ ଓବିସିଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ୨୦୧୮ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ ପୌର ନିର୍ବାଚନ ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ରାଜ୍ୟ ସରକାର ପୌର ନିର୍ବାଚନ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଆଇନରେ ସଂଶୋଧନ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧାନସଭାରେ ସଂଶୋଧନ ବିଧେୟକ ଉପସ୍ଥାପନ ହୋଇପାରି ନାହିଁ। ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ତାଙ୍କ କାମ ସାରି ନ ଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଏ ଦୁଇଟି କାର୍ଯ୍ୟ ସରିଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।
କମିଶନ ଦୁଇଥର ଚିଠି ଲେଖିବା ସତ୍ତ୍ୱେ ଏ ସମ୍ପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେଶନ ମିଳି ନ ଥିବା କମିଶନ ଜଣାଇଛନ୍ତି। ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆରେ ପଡ଼ିଥିବାରୁ ନିଷ୍ପତ୍ତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି। ତେବେ ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡିଛନ୍ତି।
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...
ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା
ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ
ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ।...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...
ମରୁଡ଼ି ହଟାଇପାରିନି ମାନଜୋର
ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...
ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ
ଭୁବନେଶ୍ୱର,୧୯।୬: ବିଏମ୍ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ...


