ଯୋଗର ଆରମ୍ଭ ପ୍ରାକ୍ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର ଖୋଦେଇ ଛବି ଯୋଗ ବିଦ୍ୟାର ପ୍ରାଚୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଋଗ୍ବେଦରେ ମଧ୍ୟ ଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଉପନିଷଦ ଅନୁସାରେ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଯୋଗ ବହୁ ପୁରାତନ ସମୟରୁ ସମାଜରେ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ରହି ଆସିଛି। ବିଭିନ୍ନ ପୁରାତନ ବୌଦ୍ଧ ଗ୍ରନ୍ଥରେ ଯୋଗ ଶାସ୍ତ୍ର ବିଷୟରେ ଦର୍ଶାଯାଇଛି। ପତଞ୍ଜଳିଙ୍କ ଯୋଗସୂତ୍ରରେ ଯୋଗ ଦ୍ୱାରା ସୁସ୍ବାସ୍ଥ୍ୟ, ଏହାର ମାନସିକ ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ବୈଦିକ ଷଡଦର୍ଶନ ଏବଂ ପତଞ୍ଜଳିଙ୍କ ଯୋଗସୂତ୍ର ମଧ୍ୟରେ ବହୁ ସାମ୍ୟତା ମଧ୍ୟ ରହିଛି । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଶ୍ରୀମଦ୍ ଭଗବତ୍ ଗୀତାରେ ଉଲ୍ଲେଖ କରାଯାଇଛି। ଏହା ଯୁଗଯୁଗ ଧରି ମାନବ ସମାଜକୁ ଯୋଗ ସାଧନା ଯୋଗୁ ହେଉଥିବା ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସହ ମିଳନ ସମ୍ପର୍କରେ ଅବଗତ କରାଉଛି। ମହାଚେତନା ପରମାତ୍ମାଙ୍କ ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଳନ ହିଁ ଯୋଗର ଆକ୍ଷରିକ ଅର୍ଥ ବୋଲି ଯୋଗ ଗୁରୁ କହିଥାନ୍ତି। ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇଥାଏ। ବିଭିନ୍ନ କ୍ରିୟା, ସଂଯମତା, ଜୀବନରେ ପୂର୍ଣ୍ଣତା, ପ୍ରକୃତି ସହ ତାଳମେଳ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ଯୋଗକୁ ଏକ ସିଦ୍ଧ ଉପଚାର ଭାବେ ଗ୍ରହଣ କରାଯାଏ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତାକୁ ଆବିଷ୍କାର କରିବାର ଏକ ମାଧ୍ୟମ। ଯୋଗ ମାଧ୍ୟମରେ ସ୍ବଚେତନା ଉଦ୍ରେକ କରି ସାଧକ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିପାର୍ଶ୍ୱିକ ଜଗତ ସହିତ ଖାପ ଖୁଆଇ ଚଳିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ପ୍ରତିଦିନ କିଛି ସମୟ ଯୋଗ କରିବା ସଭିଙ୍କ ପାଇଁ ଅପରିହାର୍ଯ୍ୟ।
ବରଣମାଳା ପାଇଁ ଷ୍ଟେଜ୍ରେ ଅପେକ୍ଷା କରିଥିଲେ ବର; ପ୍ରେମିକଙ୍କ ସହ ଫେରାର ହୋଇଗଲେ କନ୍ୟା; ଆଉ ତା’ ପରେ…
ଚିତ୍ରକୂଟ: ଆପଣ ସିନେମାରେ କନ୍ୟା ହଠାତ୍ ବିବାହ ମଣ୍ଡପରୁ ପ୍ରେମିକଙ୍କ ସହ ଫେରାର ହେବା ଦୃଶ୍ୟ ଦେଖିଥିବେ ନିଶ୍ଚୟ। ହେଲେ ବାସ୍ତବରେ ମଧ୍ୟ ଏଭଳି ଏକ...
ବିବାଦରେ ଭାଇରସ୍
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…...
କୋଶଳାଶୁଣୀ ଜଙ୍ଗଲ
ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ...
ଘର ବାହାରେ ତାଲା ଝୁଲୁଥିଲା ବୋଲି ଚିମିନି ବାଟଦେଇ ପଶୁଥିଲେ ଯୁବତୀ; ପାଇପ୍ରେ ଏମିତି ଫସିଲେ ଯେ…
ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ...
ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…
ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ...
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧...
ପ୍ରଦୂଷଣରେ ଆମେରିକା ସେନା ନମ୍ବର ୧
ଯୁଦ୍ଧକୌଶଳରେ ନିପୁଣ ଆମେରିକା ସେନାର ପତିଆରା ସାରା ବିଶ୍ୱରେ ଦୀର୍ଘବର୍ଷ ଧରି ରହିଆସିଛି। ହେଲେ ଏଭଳି ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଉପରେ ନମ୍ବର ୧ ପ୍ରଦୂଷଣକାରୀର କଳଙ୍କ...
ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍…
ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି...


