ଯୋଗର ଆରମ୍ଭ ପ୍ରାକ୍ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର ଖୋଦେଇ ଛବି ଯୋଗ ବିଦ୍ୟାର ପ୍ରାଚୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଋଗ୍ବେଦରେ ମଧ୍ୟ ଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଉପନିଷଦ ଅନୁସାରେ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଯୋଗ ବହୁ ପୁରାତନ ସମୟରୁ ସମାଜରେ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ରହି ଆସିଛି। ବିଭିନ୍ନ ପୁରାତନ ବୌଦ୍ଧ ଗ୍ରନ୍ଥରେ ଯୋଗ ଶାସ୍ତ୍ର ବିଷୟରେ ଦର୍ଶାଯାଇଛି। ପତଞ୍ଜଳିଙ୍କ ଯୋଗସୂତ୍ରରେ ଯୋଗ ଦ୍ୱାରା ସୁସ୍ବାସ୍ଥ୍ୟ, ଏହାର ମାନସିକ ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ବୈଦିକ ଷଡଦର୍ଶନ ଏବଂ ପତଞ୍ଜଳିଙ୍କ ଯୋଗସୂତ୍ର ମଧ୍ୟରେ ବହୁ ସାମ୍ୟତା ମଧ୍ୟ ରହିଛି । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଶ୍ରୀମଦ୍ ଭଗବତ୍ ଗୀତାରେ ଉଲ୍ଲେଖ କରାଯାଇଛି। ଏହା ଯୁଗଯୁଗ ଧରି ମାନବ ସମାଜକୁ ଯୋଗ ସାଧନା ଯୋଗୁ ହେଉଥିବା ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସହ ମିଳନ ସମ୍ପର୍କରେ ଅବଗତ କରାଉଛି। ମହାଚେତନା ପରମାତ୍ମାଙ୍କ ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଳନ ହିଁ ଯୋଗର ଆକ୍ଷରିକ ଅର୍ଥ ବୋଲି ଯୋଗ ଗୁରୁ କହିଥାନ୍ତି। ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇଥାଏ। ବିଭିନ୍ନ କ୍ରିୟା, ସଂଯମତା, ଜୀବନରେ ପୂର୍ଣ୍ଣତା, ପ୍ରକୃତି ସହ ତାଳମେଳ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ଯୋଗକୁ ଏକ ସିଦ୍ଧ ଉପଚାର ଭାବେ ଗ୍ରହଣ କରାଯାଏ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତାକୁ ଆବିଷ୍କାର କରିବାର ଏକ ମାଧ୍ୟମ। ଯୋଗ ମାଧ୍ୟମରେ ସ୍ବଚେତନା ଉଦ୍ରେକ କରି ସାଧକ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିପାର୍ଶ୍ୱିକ ଜଗତ ସହିତ ଖାପ ଖୁଆଇ ଚଳିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ପ୍ରତିଦିନ କିଛି ସମୟ ଯୋଗ କରିବା ସଭିଙ୍କ ପାଇଁ ଅପରିହାର୍ଯ୍ୟ।
ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର
ଓ୍ବାଶିଂଟନ୍,୧୫।୬: ଡୁଡଲ ଫର୍ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...
ବାଉଁଶ କାରିଗରୀ
ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି।...
୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍ କ୍ୟାମେରା, ଆଉ ତା’ ପରେ…
ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ।...
ସାମୁଦ୍ରିକ ଘାସରୁ ତିଆରି ହୋଇଛି ଏହି ଘର, ମିଳୁଛି ପ୍ରଚୁର ଅମ୍ଳଜାନ
ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀ ଭିତରେ ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଭୂକମ୍ପ ଏବଂ ବନ୍ୟା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ...
କୋଶଳାଶୁଣୀ ଜଙ୍ଗଲ
ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ...
କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା
ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...
ବଦଳୁଛି ଭୂଭାଗ, ବଢୁଛି ମରୁଭୂମି
ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...
ଆଜି ଓ୍ବାଲର୍ଡ ମ୍ୟୁଜିକ୍ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ
ପ୍ରତି ବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ...


