E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଗଞ୍ଜାମ

ଟିକା ନେବାକୁ ଡରୁଛନ୍ତି ଲୋକେ
3:44 pmJune 14, 2021

ବୁଗୁଡ଼ା,୧୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀର ଜଣେ ବି ଲୋକ ଟିକା ନେବାକୁ ଆସି ନ ଥିବା ବେଳେ ଗୋଲିଆ, ବାଦୁଆ, ଚିରିକିପଡ଼ା, କୁଶପଲ୍ଲୀ ଆଦି ଗ୍ରାମରେ ମଧ୍ୟ ଅଧିକାଂଶ ଲୋକ ଟିକା ନେବାକୁ ଆସୁ ନ ଥିବା ଜଣାପଡ଼ିଛି। ଗତ ୧୦ ତାରିଖରେ ଗୋଲିଆ, ବାଦୁଆ, ଚିରିକିପଡ଼ା ଓ ମରେଇପଲ୍ଲୀ ଗ୍ରାମରେ ସ୍ବାସ୍ଥ୍ୟ ଟିମ୍‌ ଟିକା ଦେବା ପାଇଁ ପହଞ୍ଚିଥିଲେ। ଟିକାକରଣ ନେଇ ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯିବା ସହ ଉକ୍ତ ଦିନ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ନିଜ ନିଜ ଅଞ୍ଚଳରେ ଘର ଘର ବୁଲି ଟିକା ନେବା ପାଇଁ ବୁଝାଇ ଥିଲେ। ତଥାପି ଅଧିକାଂଶ ଲୋକ ଟିକା ନେବାକୁ ରାଜି ହୋଇ ନ ଥିଲେ।

ଫଳରେ ଗୋଲିଆ, ବାଦୁଆରେ ମାତ୍ର ୧୦ ଜଣ, ଚିରିକିପଡ଼ାରେ ୨ ଜଣ ଟିକା ନେଇ ଥିବା ବେଳେ ଆଦିବାସୀ ବହୁଳ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀ ପଲ୍ଲୀରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ସହ ସ୍ବାସ୍ଥ୍ୟ ବିଭାଗ ଏଏନ୍‌ଏମ୍‌ ଘର ଘର ବୁଲି ଆଦିବାସୀମାନଙ୍କୁ ବୁଝାଇବା ସହ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରି ଶେଷରେ ନିରାଶରେ ଫେରିଥିଲେ ସ୍ବାସ୍ଥ୍ୟ ଟିମ୍‌। ଆଜି ଗୋଲିଆ ଏଏନ୍‌ଏମ ରେଶମା ରାଣୀ ସ୍ବାଇଁ କୁଶାପଲ୍ଲୀ ଗ୍ରାମକୁ ଯାଇ ବହୁ ବୁଝାଶୁଝା କଲା ପରେ ବି ମାତ୍ର ୫ ଜଣ ଟିକା ନେଇଥିବା ସେ କହିଛନ୍ତି l ଟିକା ନେବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ଗୋଲିଆ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ଓ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇ ଥିବା ନେଇ ଗାଁରେ ହାଲ୍ଲା ହୋଇଥିବାରୁ ଭୟରେ ଅଧିକାଂଶ ଲୋକ ଟିକା ନେବାକୁ ଡରୁଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ l ତେବେ ଯୁବକମାନେ ଟିକା ନେବାକୁ ଆଗ୍ରହୀ ଥିବା ସେ କହିଛନ୍ତି l ଆସନ୍ତା ୧୬ ତାରିଖ ମଧ୍ୟରେ ଗୋଲିଆ ପଞ୍ଚାୟତର ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ବେଳେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅଡୁଆରେ ପଡ଼ିଯାଇଛନ୍ତି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଗଞ୍ଜାମ View All

୧୫ ହଜାର ହେକ୍ଟରରୁ ଅଧିକ ବେଆଇନ ଘେରି

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ,...

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ...

ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ

ଝାରସୁଗଡ଼ା ଅଫିସ୍‌,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...

ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍‌ଏସ୍‌ର ତଦନ୍ତ ଆରମ୍ଭ

ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍‌...

କୋଭିଡ୍‌ଜନିତ ମୃତ୍ୟୁ ଅଡିଟ୍‌ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଖାରଜ

କଟକ ଅଫିସ,୨୫।୬: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁବାର ହାଇକୋର୍ଟ ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ...

କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା...

 ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...

ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି

ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି
Next Post Next post:
ଘରେ ମନି ପ୍ଲାଣ୍ଟ୍‌ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts