କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର ଟିକା ଉପଲବ୍ଧ ନ ଥିବାରୁ ଲୋକେ ଟିକାକରଣରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଏସ୍ୟୁସିଆଇ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଏସ୍ୟୁସିଆଇ(ସି) ପକ୍ଷରୁ ସିଡିଏ ସେକ୍ଟର-୯ରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତି ଜିଲା ଓ ବ୍ଲକରେ କୋଭିଡ୍ ହସ୍ପିଟାଲ ସ୍ଥାପନ, ବିନା ମୂଲ୍ୟରେ ଚିକିତ୍ସା ଓ ଔଷଧ ଯୋଗାଣ, ସମସ୍ତଙ୍କୁ ଟିକାକରଣ, କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ମୂଲ୍ୟ ହ୍ରାସ କରିବା ପାଇଁ ଏସ୍ୟୁସିଆଇ ପକ୍ଷରୁ ଦାବି କରାଯାଇଛି। ଏସ୍ୟୁସିଆଇର କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ଜିଲା କମିଟି ସଦସ୍ୟ ବସନ୍ତ ନାୟକ, ଶିବାଶିଷ ପ୍ରହରାଜ, ବବି ବଳବନ୍ତରାୟ, ଭାଗ୍ୟରବି ଦାସ, ସସ୍ମିତା ମହାନ୍ତି ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍, ରାଜ୍ୟ View All
ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ
ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ
ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି...
କୋଭିଡ୍ ଅନାଥଙ୍କ ପାଇଁ ଯୋଜନା କ’ଣ
ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍ ଥିଲେ ବି ଫୁସ୍ଫୁସ୍ର ୯୦ ପ୍ରତିଶତ ସଂକ୍ରମିତ…
ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ...
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...


