ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ବୃଦ୍ଧ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବୃଦ୍ଧ ମାହାଙ୍ଗା ଥାନା ଗୋତରା ଗ୍ରାମର ଗୌରାଙ୍ଗ ରାଉତ ବୋଲି ଜଣାପଡ଼ିଛି। ଗୁରୁବାର ସେହି ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ଏକ ଛେଳି କୌଣସି କାରଣରୁ ମରି ପଡ଼ିଥିଲା। ଛେଳି କିପରି ମଲା ତାହା ଜାଣିବାକୁ କାର୍ତ୍ତିକଙ୍କ ପରିବାର ସଦସ୍ୟ ଖୋଳତାଡ଼ ଆରମ୍ଭ କରିଥିଲେ। ତେବେ ଛେଳିଟିକୁ ଗୌରାଙ୍ଗ ମାରି ଦେଇଥିବା କାର୍ତ୍ତିକଙ୍କ ଭଣଜା ମନୋଜ ସାହୁ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ପୂର୍ବରୁ ଗୌରାଙ୍ଗଙ୍କୁ ଗୋତରା ଗ୍ରାମର ନରେନ୍ଦ୍ର ସାହୁ, କାର୍ତ୍ତିକ ସାହୁ, ଦେବେନ୍ଦ୍ର ସାହୁ, ରବୀନ୍ଦ୍ର ସାହୁ, ଶରତ ସାହୁ, ସୁବାସ ସାହୁ, ତୁଳସୀ ସାହୁ ସ୍ବାମୀ ନରେନ୍ଦ୍ର ଏବଂ ମନୁଆ ସାହୁ ସଂଘବଦ୍ଧ ଭାବେ ଠେଙ୍ଗା, ଭୁଜାଲି ଧରି ତାଙ୍କ ଘରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଏପରି କି ଗୌରାଙ୍ଗଙ୍କ ଦିବ୍ୟାଙ୍ଗ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଗୌରାଙ୍ଗଙ୍କ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ପଥର ଫୋପାଡି ଘରର ଆଜବେଷ୍ଟସ ଭାଙ୍ଗି ଦେଇଥିଲେ। ଦମ୍ପତିଙ୍କୁ ସନ୍ଧ୍ୟାରେ ତାଙ୍କ ସର୍ମ୍ପକୀୟମାନେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହୋଇ ଫେରିବା ପରେ ଗୌରାଙ୍ଗ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଗୌରାଙ୍ଗ ଓ ତାଙ୍କ ସ୍ତ୍ରୀ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ପୋଲିସ କାହାରିକୁ ଗିରଫ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ୨ଟି ମାମଲା ରୁଜୁ ହୋଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ମାଷ୍ଟରକ୍ୟାଣ୍ଟିନ୍ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...
‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’
ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ...
ଦରବୃଦ୍ଧିକୁ ନେଇ ଦିଗପହଣ୍ଡିରେ ପ୍ରତିବାଦ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ – ସିପିଆଇ(ଏମ) ଏବଂ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ...
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ
ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ...
କାର୍-ବାଇକ୍ ମୁହାଁମୁହିଁ ଧକ୍କା: ୨ ଗୁରୁତର
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି।...
ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା
ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ...
ଯଥାର୍ଥ ନୁହେଁ, ଭୁଲ୍
ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ...
ବାଲି ଲୁଟ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ...


