ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୭୦ ଦିନ ପରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସର୍ବନିମ୍ନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୩୩୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪ ହଜାର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୨୧ ହଜାର ୩୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୧ ଲକ୍ଷ ୬୭ ହଜାର ୯୫୨ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪ କୋଟି ୯୬ ଲକ୍ଷ ୩୦୪ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୭ କୋଟି ୬୨ ଲକ୍ଷ ୯୮ ହଜାର ୨୫୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କୁ ଦେଖି ବିବାହ ପାଇଁ ମନା କଲେ ବର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଲକ୍ଷ୍ନୌ,୨୬ା୬: ଝିଅଟିକୁ ବିବାହ କରାଇବା ଯେ, କେତେ କଷ୍ଟକର ତାହା ଜଣେ ପିତା ହିଁ ବେଶ୍ ଭଲ ଭାବେ ଜାଣିଥାନ୍ତି। ଝିଅ ବିବାହ କିପରି ଭଲରେ...
ଆନ୍ଧ୍ର ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ...
କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର
କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ...
‘ପାକ୍ ସହ ଆଲୋଚନା କରୁ କେନ୍ଦ୍ର’
ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ...
କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର
ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...


