କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି ଡ୍ରୋନ୍ସ ଏବଂ ଖପୁରିଆ ଆଇଟିଆଇ ସହଯୋଗରେ ଏହି ଡ୍ରୋନ ପ୍ରସ୍ତୁତ କରାଯାଇଛି। ଆଇଟିଆଇର ପ୍ରିନି୍ସପାଲ ହୃଷୀକେଶ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଏହି ଡ୍ରୋନ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିବ । ଏଥିସହ ଥରେ ଚାର୍ଜ କଲେ ଏହା ୩ ଘଣ୍ଟା କାର୍ଯ୍ୟ କରିବ । ଏହି ଡ୍ରୋନ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇ ୧୨୦ରୁ ୧୮୦ ଫୁଟ ଉଚ୍ଚତାରେ ଉଡ଼ିିପାରିବ । ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଭଳି ସଫଳତା ଦ୍ୱାରା ଛାତ୍ରୀଛାତ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଜ୍ଞାନକୌଶଳରେ କାମ କରିବାର ସୁଯୋଗ ପାଇବେ। ସେହିପରି ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ ବୋଲି ପ୍ରିନ୍ସିପାଲ କହିଛନ୍ତି। ସେହିପରି କଟକସ୍ଥିତ ଆଇଜି ଡ୍ରୋନସର ଅଧିକାରୀ ସମ୍ବିତ ପରିଡ଼ା କହିଛନ୍ତି, ଏହି ଡ୍ରୋନରେ ଦୁଇ ପ୍ରକାର କ୍ୟାମେରା ବ୍ୟବହାର କରାଯାଇଛି। ପ୍ରଥମଟି ୪୮ ମେଗା ପିକ୍ସେଲ ବିଶିଷ୍ଟ ହାଇ ରିଜୋଲ୍ୟୁଶନ ଆର୍ଜିବି କ୍ୟାମେରା। ଏଥିରେ ଦିନ ବେଳା ଫଟୋ ଓ ଭିଡିଓ କରିହେବ। ଦ୍ୱିତୀୟଟି ହେଉଛି ଇନଫ୍ରାରେଡ କ୍ୟାମେରା। ଏହାଦ୍ୱାରା ଡ୍ରୋନ ରାତିରେ ସହଜରେ ଉଡିପାରିବା ସହ ଫଟୋ ଓ ଭିଡିଓ କରିପାରିବ। ତେବେ ପ୍ରଥମେ ଏହା ଖଣି ଅଞ୍ଚଳରେ କାର୍ଯ୍ୟ କରିବ ବୋଲି ଯୋଜନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଉପାନ୍ତ ଅଞ୍ଚଳରେ ଟିକା ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯିବ।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍ View All
କରୋନା ଛଡ଼ାଇନେଲା ଜୀବିକା
ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍ଡାଉନ ରହିଛି। ପୂର୍ବରୁ ଲକ୍ଡାଉନ ସମୟରେ କେବଳ ୪ଘଣ୍ଟା...
ଛେଳିର ଅନ୍ତ୍ୟେଷ୍ଟିକ୍ରିୟା
ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍
ଜଗତ୍ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଜତ ୨୪ଘଣ୍ଟାରେ...
ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ
ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି...
୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା
ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...
ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍ ଗାଡିକୁ ଅଟକାଇଥିଲେ। ପରେ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...


