ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ ରବିବାର ସେ ଷ୍ଟାର୍ଟିଂ ପୋଜିଶନରୁ ରେସ ଆରମ୍ଭ କରିବେ। ଲେକ୍ରେକ୍ ୧ ମିନିଟ ୪୧.୨୧୮ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍ ଶେଷ କରିଥିଲେ। ତାଙ୍କ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚାମ୍ପିୟନଶିପ୍ ଲିଡର ତଥା ମର୍ସିଡିଜ୍ର ଲୁଇସ୍ ହାମିଲଟନ ଓ ରେଡ୍ବୁଲର ମାକ୍ସ ଭର୍ଷ୍ଟାପେନ୍ ରହିଥିଲେ। ବାକୁ ଟ୍ରାକ୍ରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଫଳରେ ୪ଥର ରେଡ୍ ଫ୍ଲାଗ୍ ହୋଇଥିଲା। ଲେକ୍ରେକ୍ କ୍ରମାଗତ ଦ୍ୱିତୀୟ ଗ୍ରାଁ ପ୍ରିରେ ପୋଲ ପୋଜିଶନ ହାସଲ କରିପାରିଛନ୍ତି। ଦୁଇ ସପ୍ତାହ ପୂର୍ବେ ମୋନାକୋ ଗ୍ରାଁ ପ୍ରିର କ୍ୱାଲିଫାଇଂ ରେସ୍ର ଶେଷ ଭାଗରେ ତାଙ୍କ ଫେରାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଥାପି ସେ ତାଙ୍କ ଘରୋଇ ଟ୍ରାକ୍ରେ ପୋଲ ପୋଜିଶନ ହାସଲ କରିଥିଲେ। ଷ୍ଟାଟିଂ ଟ୍ରାକ୍ରୁ ରେସ୍ ଆରମ୍ଭ କରିବା ସୁଯୋଗ ରହିଥିଲେ ମଧ୍ୟ ଠିକଣା ସମୟରେ ତାଙ୍କ କାର୍ ମରାମତି କାର୍ଯ୍ୟ ଶେଷ ହୋଇ ନ ପାରିବାରୁ ସେ ରେସ୍ରେ ଭାଗ ନେଇପାରି ନ ଥିଲେ। ବାକୁଠାରେ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ପିଏରେ ଗାସ୍ଲି (ଆଲ୍ଫା ତାଉରି), କାର୍ଲେସ ସେଞ୍ଜ ଜୁନିୟର (ଫେରାରି), ଲାଣ୍ଡୋ ନୋରିସ (ମ୍ୟାକଲରେନ), ସର୍ଗିଓ ପେରେଜ(ରେଡ୍ବୁଲ), ୟୁକି ଟିସୁନୋଡା (ଆଲ୍ଫା ତାଉରି), ଫର୍ନାଣ୍ଡୋ ଆଲେଁାସୋ (ଆଲପାଇନ୍) ଓ ଭାଲଟେରି ବୋଟାସ(ମର୍ସିଡିଜ୍)।
୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର
ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍...
କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍ଘାଟନୀ ମ୍ୟାଚ
ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ପଡିଲା ହାତଗଣ୍ଠି
ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
ସେହ୍ବାଗ ଲଞ୍ଚ୍ କଲେ କ୍ରିକେଟ କୋଚିଂ ଓ୍ବେବ୍ସାଇଟ୍ କ୍ରିକୁରୁ
ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା...
ଫାଇନାଲ୍ ହାରିବା ପରେ ଏମିତି କହିଲେ କୋହଲି
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ...
ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ
ବୁଦାପେଷ୍ଟ,୨୫।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ଏଫ୍’ରେ ପର୍ତ୍ତୁଗାଲ ଓ...
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...


