ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ ରବିବାର ସେ ଷ୍ଟାର୍ଟିଂ ପୋଜିଶନରୁ ରେସ ଆରମ୍ଭ କରିବେ। ଲେକ୍ରେକ୍ ୧ ମିନିଟ ୪୧.୨୧୮ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍ ଶେଷ କରିଥିଲେ। ତାଙ୍କ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚାମ୍ପିୟନଶିପ୍ ଲିଡର ତଥା ମର୍ସିଡିଜ୍ର ଲୁଇସ୍ ହାମିଲଟନ ଓ ରେଡ୍ବୁଲର ମାକ୍ସ ଭର୍ଷ୍ଟାପେନ୍ ରହିଥିଲେ। ବାକୁ ଟ୍ରାକ୍ରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଫଳରେ ୪ଥର ରେଡ୍ ଫ୍ଲାଗ୍ ହୋଇଥିଲା। ଲେକ୍ରେକ୍ କ୍ରମାଗତ ଦ୍ୱିତୀୟ ଗ୍ରାଁ ପ୍ରିରେ ପୋଲ ପୋଜିଶନ ହାସଲ କରିପାରିଛନ୍ତି। ଦୁଇ ସପ୍ତାହ ପୂର୍ବେ ମୋନାକୋ ଗ୍ରାଁ ପ୍ରିର କ୍ୱାଲିଫାଇଂ ରେସ୍ର ଶେଷ ଭାଗରେ ତାଙ୍କ ଫେରାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଥାପି ସେ ତାଙ୍କ ଘରୋଇ ଟ୍ରାକ୍ରେ ପୋଲ ପୋଜିଶନ ହାସଲ କରିଥିଲେ। ଷ୍ଟାଟିଂ ଟ୍ରାକ୍ରୁ ରେସ୍ ଆରମ୍ଭ କରିବା ସୁଯୋଗ ରହିଥିଲେ ମଧ୍ୟ ଠିକଣା ସମୟରେ ତାଙ୍କ କାର୍ ମରାମତି କାର୍ଯ୍ୟ ଶେଷ ହୋଇ ନ ପାରିବାରୁ ସେ ରେସ୍ରେ ଭାଗ ନେଇପାରି ନ ଥିଲେ। ବାକୁଠାରେ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ପିଏରେ ଗାସ୍ଲି (ଆଲ୍ଫା ତାଉରି), କାର୍ଲେସ ସେଞ୍ଜ ଜୁନିୟର (ଫେରାରି), ଲାଣ୍ଡୋ ନୋରିସ (ମ୍ୟାକଲରେନ), ସର୍ଗିଓ ପେରେଜ(ରେଡ୍ବୁଲ), ୟୁକି ଟିସୁନୋଡା (ଆଲ୍ଫା ତାଉରି), ଫର୍ନାଣ୍ଡୋ ଆଲେଁାସୋ (ଆଲପାଇନ୍) ଓ ଭାଲଟେରି ବୋଟାସ(ମର୍ସିଡିଜ୍)।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.