ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚକାଙ୍କର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ଏଥିରେ କେରଳ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସ୍ଥାନ ହାସଲ କରିଥିବା ବେଳେ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଭାବେ ବିବେଚିତ ହୋଇଛି। ତାଲିକାରେ ଓଡ଼ିଶାର ର଼୍ୟାଙ୍କ ଖସିଛି। ୨୦୨୦-୨୧ ଅବଧି ଲାଗି ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନକୁ ଖସିଛି। ୨୦୧୯ରେ ୫୮ ସ୍କୋର ସହ ଏହା ୧୫ ତମ ସ୍ଥାନରେ ଥିଲା। ସେହିଭଳି ୨୦୧୮ରେ ୫୧ ସ୍କୋର ସହ ଏହି ରାଜ୍ୟ ୨୨ତମ ସ୍ଥାନରେ ଥିଲା। ରାଜ୍ୟଗୁଡିକର ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଭଳି ବିଭିନ୍ନ ମାନକ ଆଧାରରେ ଏଭଳି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସାରା ଦେଶ କଥା ବିଚାରକୁ ନେଲେ ଭାରତର ସ୍କୋର ୬ ପଏଣ୍ଟ ବୃଦ୍ଧି ହୋଇ ୬୦ରୁ ୬୬କୁ ବଢିଛି। ଭାରତ ସ୍ବଚ୍ଛ ଜଳ ଯୋଗାଣ, ସୁଲଭ ଏବଂ ସ୍ବଚ୍ଛ ଇନ୍ଧନ ଭଳି ଯୋଗାଣ କରିବାରେ ଅଗ୍ରଗତି କରିଥିବାରୁ ଉନ୍ନତ ପଏଣ୍ଟ ହାସଲ କରିଛି।
ତାଲିକାର ପ୍ରଥମ ସ୍ଥାନରେ ରହିଥିବା କେରଳ ୭୫ ସ୍କୋର ହାସଲ କରିଛି। ୭୪ ସ୍କୋର ସହ ଉଭୟ ହିମାଞ୍ଚଳ ପ୍ରଦେଶ ଏବଂ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଏବଂ ଆସାମ ରହିଛନ୍ତି। ୭୯ ସ୍କୋର ସହ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପରେ ପରେ ୬୮ ସ୍କୋର ସହ ଦିଲ୍ଲୀ ରହିଛି। ୨୦୨୦-୨୧ର ଟପ୍ ଗେନର ସ୍ଥାନରେ ମିଜୋରାମ, ହରିୟାଣା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ୨୦୧୯ ତୁଳନାରେ ଏମାନଙ୍କ ସ୍କୋରରେ ବେଶ୍ ଉନ୍ନତି ଆସିଛି। ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିୟାଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦୀପ, ଆଣ୍ଡାମାନ ଆଣ୍ଡ ନିକୋବର, ଜମ୍ମୁ କଶ୍ମୀର ଏବଂ ଲଦାଖ ଫ୍ରଣ୍ଟ ରନର ବର୍ଗରେ ରହିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଜରାଟ ଏବଂ ଦିଲ୍ଲୀ ଟପ୍ ପରଫରମର ରହିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୨୧ ରାଜ୍ୟ ଏବଂ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କେରଳ ଏବଂ ଚଣ୍ଡିଗଡ଼ ଆଗରେ ରହିଛନ୍ତି। ସେହିଭଳି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ ଏବଂ ଦିଲ୍ଲୀ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏହାବାଦ୍ ଅସମାନତା ହ୍ରାସ କ୍ଷେତ୍ରରେ ମେଘାଳୟ ଏବଂ ଛତିଶଗଡ଼ ବେଷ୍ଟ ପରଫରମର ରହିଛନ୍ତି। ଏଭଳି ଏକ ତାଲିକା ପ୍ରକାଶ ଦ୍ୱାରା ରାଜ୍ୟଗୁଡିକର ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କିଭଳି ଅଗ୍ରଗତି ହାସଲ କରୁଛନ୍ତି ତା’ର ମନିଟରିଂ କରାଯାଉଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୨୦୧୮ରେ ପ୍ରଥମ ଥର ଲାଗି ଏଭଳି ସୂଚକାଙ୍କ ପ୍ରକାଶ ପାଇଥିଲା। ଜାତିସଂଘ ସହଯୋଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...
ବିପଜ୍ଜନକ ହୋଇପାରେ ମୌସୁମୀ
ନୂଆଦିଲ୍ଲୀ, ୮ା୬: ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି...
ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା
ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...
କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ
ଡେରାଡୁନ୍,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...
ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ
ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।...
ଭାକ୍ସିନ୍ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...


