E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା
8:08 amJune 9, 2021

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଜାପାନର ଟୋକିଓରେ ପାରାଅଲିମ୍ପିକ୍ସ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ବ୍ୟତୀତ ଅନ୍ୟତମ ଦୁଇ ଭାରତୀୟ ତରୁଣ ତରୁଣ ଏବଂ ନାଗର କ୍ରିଷ୍ଣା ମଧ୍ୟ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇଥିବା ଜଣାଯାଇଛି। ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୩ (ଏମଏସ ଏସ୍‌ଏଲ୍‌ ୩), ତରୁଣ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୪ (ଏମ୍‌ଏସ୍‌ ଏସ୍‌ଏଲ୍‌ ୪) ଏବଂ କ୍ରିଷ୍ଣା ପୁରୁଷ ସିଙ୍ଗଲ୍ସ ଶର୍ଟ ଷ୍ଟାଟୁରେ ୬ (ଏମ୍‌ଏସ୍‌ ଏସ୍‌ଏଚ୍‌ ୬) ପ୍ରତିଯୋଗୀଭାବେ ଆଗାମୀ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।
ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ ପକ୍ଷରୁ ଆମନ୍ତ୍ରଣ ପାଇବାପରେ ପ୍ରମୋଦଙ୍କ ଖୁସି କହିଲେ ନ ସରେ। ”ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପ୍ରତି ଆଥଲେଟ୍‌ଙ୍କର ସ୍ବପ୍ନ, ଏହା ମୋ ପାଇଁ ମଧ୍ୟ ସମାନ। ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ମୋର ସ୍ବପ୍ନ ରହିଛି। ଏହା ଉପରେ ମୁଁ ଫୋକସ କରି କଷ୍ଟସାଧ୍ୟ ଟ୍ରେନିଂ କରିବି“ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରମୋଦ। ପ୍ରକାଶ ଯୋଗ୍ୟ ଯେ, ପାରାଲିମ୍ପିକ୍ସରେ ପ୍ରଥମଥରପାଇଁ ବ୍ୟାଡ୍‌ମିଣ୍ଟନକୁ ସାମିଲ କରାଯାଇଛି। ନିକଟରେ ଶେଷ ହୋଇଥିବା ଦୁବାଇ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପ୍ରମୋଦ ୨ ସ୍ବର୍ଣ୍ଣ ଏବଂ ୧ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବରଗଡ଼ ଜିଲା ଅତିବିରାଠାରେ ପ୍ରମୋଦ ୧୯୮୮ ଜୁନ ୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ହେଉଛନ୍ତି କୁସୁମ ଦେବୀ ଏବଂ ବାପା କୈଳାସ ଭଗତ। ଏପର୍ଯ୍ୟନ୍ତ କ୍ୟାରିୟରରେ ସେ ୪୮ଟି ଜାତୀୟ ଓ ୫୩ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୨୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୫ ବ୍ରୋଞ୍ଜ ସାମିଲ। ୨୦୧୯ରେ କ୍ୟାରିୟର ଶ୍ରେଷ୍ଠ ୨୧ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ପ୍ରମୋଦ ୨୦୨୦ ଓ ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଯୋଗୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରି ନାହାନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ୨୦୧୯ରେ ସେ ରାଜ୍ୟର ସର୍ବଶ୍ରେଷ୍ଠ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ଭାରତ ସରକାରଙ୍କଠାରୁ ଅର୍ଜୁନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ୪୦୦ ମିଟର ଧାବିକା ଓଡ଼ିଶାର ଜୟନ୍ତି ବେହେରା ପୂର୍ବରୁ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

 


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର

ପ୍ୟାରିସ,୩।୬: ଫ୍ରେଞ୍ଚ୍‌ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍‌, ୧୫ତମ ସିଡ୍‌ ଖେଳାଳି ନରଓ୍ବେର...

ଆଉ ଲୋଡ଼ା ୪୬ ରନ୍‌; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…

ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍‌ ସହ ନିମ୍ନ କ୍ରମରେ ଆସି ରନ୍‌ ଯୋଡ଼ିବାର...

ଓ୍ବିମ୍ବେଲଡନରୁ ଓହରିଲେ ସିମୋନା ହାଲେପ୍‌

ଓ୍ବିମ୍ବେଲଡନ, ୨୬ା୬(ଏପି)-ପେଣ୍ଡାରେ ଆଘାତପ୍ରାପ୍ତ ଥିବାରୁ ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ୍‌ ଟେନିସ ପ୍ରତିଯୋଗିତାରୁ ଓହରିିଯାଇଛନ୍ତି। ଶୁକ୍ରବାର ଏହି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ...

ଭାରତୀୟ ଦଳରୁ ବାଦ୍‌ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ

ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...

ଓଲିଭିଏରା ଜିତିଲେ ମୋଟୋ ଜିପି

ମଣ୍ଟମେଲୋ(ସ୍ପେନ୍‌),୭ା୬(ଏପି)-ମିଗୁଏଲ ଓଲିଭିଏରା କାଟାଲୋନିଆ ଜିପି ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ମୋଟୋ ଜିପିି ବିଜୟ। ପ୍ରାୟ ୨୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏ‘ହି ରେସ୍‌...

ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବ ବିରାଟବାହିନୀ

ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...

ଏଏଫ୍‌ସି ଏସିଆନ କପ୍‌: କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ଭାରତ

ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍‌ବଲ ଦଳ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଧରିତ୍ରୀ କାର୍ଟୁନ୍‍ – Dharitri Cartoon
Next Post Next post:
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts