ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍ଡାଉନ୍ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା ସୁଭାଷ। ପ୍ରଣିଥା ବିବାହ ଫଟୋ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ସେ ବ୍ୟବସାୟୀ ନିତିନ ରାଜୁଙ୍କୁ ବିବାହ କରିଛନ୍ତି। ମେ ୩୦ରେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ମଧ୍ୟରେ ଦୁହେଁ ସାତ ଫେରା ନେଇଥିଲେ।
ବେଙ୍ଗାଲୁରୁରେ ଏକ ଛୋଟ ସମାରୋହରେ ପ୍ରଣଥା ଏବଂ ନିତିନ ବିବାହ କରନ୍ତି। ଉଭୟ ନିଜ ବିବାହକୁ ବହୁ ଧୁମ୍ଧାମରେ କରିବାକୁ ଚାହୁଁଥିଲେ, କିନ୍ତୁ କରୋନାର ଦ୍ୱିତୀୟ ଲହର ହେତୁ ଏହି ବିବାହକୁ ଏକ ଛୋଟ ସମାରୋହରେ ଆୟୋଜନ କରିବାକୁ ପଡିଲା। ପ୍ରଣିଥା ଏବଂ ନିତିନଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ପ୍ରଣିଥା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ପୂର୍ବରୁ ଜଣାଇ ନ ଥିବାରୁ କ୍ଷମା ମାଗିଛନ୍ତି।
ପ୍ରଣିଥା ସୁଭାଷ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଜଣେ ସକ୍ରିୟ ଅଭିନେତ୍ରୀ। ସେ ୨୦୧୦ ମସିହାରେ କନ୍ନଡ ଚଳଚ୍ଚିତ୍ର ‘ପୋର୍କି’ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥି ସହିତ ପ୍ରଣିଥା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅଜୟ ଦେବଗନଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ଶିଳ୍ପା ଶେଟ୍ଟୀଙ୍କ ସହ ‘ହଙ୍ଗାମା ୨’ରେ ମଧ୍ୟ ନଜର ଆସିବେ।
ଗର୍ଲପ୍ରେଣ୍ଡଙ୍କ ପାଇଁ ସୋନୁ ସୁଦଙ୍କୁ ଆଇଫୋନ୍ ମାଗିଲେ ଯୁବକ: ଜବାବରେ ମିଳିଲା
ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଲୋକମାନେ ସୋନୁଙ୍କୁ ଟୁଇଟ୍ର୍ରେ ସହାୟତା ମାଗିଥିଲେ। ଅନେକ ଥର, ସୋନୁଙ୍କ...
ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର, ପରେ କରିଥିଲେ ପରିବର୍ତ୍ତନ; ଜାଣନ୍ତି କାହିଁକି
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏକ ସାକ୍ଷାତକାରରେ ତାଙ୍କ ପିଲାଦିନର ନାଁ ବିଷୟରେ କହିଥିଲେ। ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର ରେହମାନ। ଏହି ନାମ ...
ସତ୍ୟନାରାୟଣ କି କଥାରେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ କିଛି ଦିନ ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଥିଲେ। ନିକଟରେ କାର୍ତ୍ତିକଙ୍କୁ ଫିଲ୍ମ ଦୋସ୍ତାନା-୨ରୁ ବାହାର କରାଯିବା ଖବର ଲାଇମ୍ଲାଇଟ୍ରେ...
ନିଜଠୁ ୧୮ ବର୍ଷ ବଡ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ନେଇ ଏମିତି କହିଲେ ଅଭିକା
ଟେଲିଭିଜନ ଅଭିନେତ୍ରୀ ଅଭିକା ଗୋର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ଧରି ସସୁରାଲ ସିମରରେ ତାଙ୍କ ସହ-ଅଭିନେତା...
ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…
ବମ୍ବେ: ସ୍ବାମୀ ଅରବାଜ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ...
‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ପୂରିଲା ୨୨ବର୍ଷ
ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଟ୍ରାଏଙ୍ଗଲ୍ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ...
ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ଦିଲ୍ଲୀପ୍ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...
ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….
ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ...


