ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଏବେ ତାପମାତ୍ରା ଅଧିକ ରହୁଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି। ଶୁକ୍ରବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଥିଲା। ତେବେ ଆଗକୁ ପାରଦ ତଳକୁ ଖସିବ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଆଗୁଆ ଆସିବାର ସମ୍ଭାବନା ଥିବାରୁ ୭ ତାରିଖରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ୭ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୦ ଜିଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ୯ ତାରିଖରେ ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ହେବ ଓ ୧୯ ଜିଲାକୁ ଝଡ଼ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।
ଡବଲ ଡୋଜ୍ ଭାକ୍ସିନ ପରେ ବି ହୋଇପାରେ କରୋନା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...
୨୨ ଜିଲାରେ ହେବ ୧୮ରୁ ୪୪ବର୍ଗଙ୍କ ଟିକାକରଣ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ...
୧୭ ଯାଏ ଓଏଚ୍ଆର୍ସିକୁ ସର୍ବସାଧାରଣ ପ୍ରବେଶ ମନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି।...
ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ
ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...
ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ
ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...
ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ
ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...
ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ
କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...


