ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୬ ରନ ସଂଗ୍ରହ କରିଥିଲା। ଟାର୍ଗେଟକୁ ପିଛା କରି କ୍ୱେଟା ଦଳ ୬ଟି ଉଇକେଟ ହରାଇ ମାତ୍ର ୧୬୨ ରନ ସ୍କୋର କରିପାରନ୍ତି। ଏହି ମ୍ୟାଚର ହିରୋ ଥିଲେ କରାଚିର ଦାନିଶ ଅଜିଜ, ଯିଏ ୧୩ ବଲରେ ୪୫ ରନ୍ରେ ବିସ୍ଫୋରକ ଇନିଂସ ଖେଳିଥିଲେ।
ଡାନିଶ ଆସିବା ମାତ୍ରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୯ତମ ଓଭରରେ ଜ୍ୟାକ ୱାଇଲଡର୍ମଥଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଓଭରରେ ଅଜିଜ ଚାରି ଛକା ଓ ଗୋଟିଏ ଚାରିଟି ସହାୟତାରେ ୩୩ ରନ ସ୍କୋର କରିଥିଲେ। ୱାଇଲଡର୍ମଥଙ୍କ ଏହି ଓଭରରେ ଅଜିଜ କ୍ରମାଗତ ଚାରିଟି ଛକା ମାରିଥିଲେ। ଏକ ଓଭରରେ ସର୍ବାଧିକ ରନ ସ୍କୋର କରିବା ପାଇଁ ପିଏସଏଲ ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍ଘାଟନୀ ମ୍ୟାଚ
ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ...
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...
ଫିଫା ୱାର୍ଲଡ କପ୍ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ
ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...
୧୦୪ ଦିନିଆ ଇଂଲଣ୍ଡ ଗସ୍ତରେ ବାହାରିଲା ଭାରତୀୟ ଦଳ
ମୁମ୍ବାଇ,୩।୬: ଭାରତୀୟ ପୁରୁଷ କ୍ରିକେଟ ଦଳ ୧୦୪ ଦିନିଆ ଇଂଲଣ୍ଡ ଗସ୍ତରେ ଗୁରୁବାର ବାହାରିଛି। ଉଭୟ ମହିିଳା ଏବଂ ପୁରୁଷ ଦଳ ଏକ ଗସ୍ତରେ ଯାଇଛନ୍ତି।...


