ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର କିଛି ବିଧାୟକଙ୍କ ସହ ଏକ ବୈଠକ କରି ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଭାଜପାରେ ଯୋଗ ଦେଇଥିଲେ। ଏହା ପରେ କଳ୍ପନାଜଳ୍ପନା ତୀବ୍ର ହେଲା ଯେ ସଚିନ ପାଇଲଟ ମଧ୍ୟ କଂଗ୍ରେସକୁ ଛାଡି ପାରନ୍ତି। କୁହାଯାଉଛି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସମନ୍ବୟ କମିଟିର ରିପୋର୍ଟକୁ ନେଇ ରାଗିଛନ୍ତି। କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଏହା ବ୍ୟତୀତ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ସଚିନ ପାଇଲଟ ଶୁକ୍ରବାର ଦିଲ୍ଲୀରେ ପହଞ୍ଚି ପ୍ରିୟଙ୍କା ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପୁନଃନିର୍ମାଣ କମିଟିକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା, କିନ୍ତୁ ଏହା ଧୀରେ ଧୀରେ ସାମ୍ନାକୁ ଆସୁଛି।
ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍
ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...
ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ
ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...
କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...
ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା
ନୂଆଦିଲ୍ଲୀ,୨ା୬: କୋଭିଡ୍-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ...
ସାର୍ବଜନୀନ ହେବ ଯୁଦ୍ଧ ଇତିହାସ
ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରାଶନ କାର୍ଡ ଦିଅ
ନୂଆଦିଲ୍ଲୀ,୩।୬: ବାସହୀନ, ଜରି ଗୋଟାଳି, ହକର ଏବଂ ରିକ୍ସା ଚାଳକଙ୍କ ଭଳି ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ଜାତୀୟ ଖାଦ୍ୟ ନିରାପତ୍ତା...
ଆଇଟି ନିୟମ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ...


