ଏକ ରକେଟ୍ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍ ଓ୍ବାଇନର ୧୨ଟି ବୋତଲକୁ ୨୦୧୯ ନଭେମ୍ବରରେ ମହାକାଶ ପଠାଯାଇଥିଲା। ମହାକାଶରେ ରହିବା ଦ୍ୱାରା ଏହି ରେଡ୍ ଓ୍ବାଇନର ଟେଷ୍ଟ ବା ସ୍ବାଦରେ କ’ଣ ଫରକ ପଡ଼ୁଛି ଜାଣିବା ପାଇଁ ବିଶେଷଜ୍ଞମାନେ ଏଭଳି କରିଥିଲେ।
୧୪ ମାସ ଧରି ପୃଥିବୀ ଓ ବିଭିନ୍ନ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍)ର ପରିକ୍ରମା କରିବା ପରେ ଫେରିଥିଲା ଚଳିତ ବର୍ଷ ଜାନୁୟାରୀରେ। ୧୪ ମାସ ଧରି ମାଧ୍ୟାକର୍ଷଣ ଶକ୍ତିଠାରୁ ଦୂରରେ ରହିବା କାରଣରୁ ଏହି ରେଡ୍ ଓ୍ବାଇନର ବୟସ ଢେର ବଢ଼ିଯାଇଛି। ଏହାକୁ ପ୍ରାଇଭେଟ ଅକଶନ କମ୍ପାନୀ ଖ୍ରିଷ୍ଟିଜ ପକ୍ଷରୁ ନିଲାମ କରାଯିବ। ଏହି ଫ୍ରେଞ୍ଚ ରେଡ୍ ଓ୍ବାଇନର ଗୋଟିଏ ବୋତଲର ମୂଲ୍ୟ ୧ ନିୟୁତ ଡଲାର ଧାର୍ଯ୍ୟ କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୭ କୋଟି ୨୯ ଲକ୍ଷ ୧୦ ହଜାର ୫୦୦ ଟଙ୍କା। ଏହା ‘ପେଟ୍ରସ ୨୦୦୦’ ରେଡ୍ ଓ୍ବାଇନର ପ୍ରକୃତ ଦାମଠାରୁ ୧୬୬ ଗୁଣା ଅଧିକ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.