ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ। ରବିନସନ୍ଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାରଠାରୁ ଖେଳାଯିବାକୁଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ରବିବାର ସ୍ପଷ୍ଟ କରିଛି। ରବିନସନ୍ ଲଡର୍ସଠାରେ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ନ୍ୟୁଜିଲାଣ୍ଡର ଦୁଇଟି ଇନିଂସରେ ସେ ୭ଉଇକେଟ ନେବା ସହ ଇଂଲଣ୍ଡ ପ୍ରଥମ ଇନିଂସରେ ୪୨ ରନ କରିଥିଲେ। ରବିନସନ୍ ତାଙ୍କ ଜାତିଆଣ ଓ ଯୌନଭିତ୍ତିକ ଟୁଇଟ ପୋଷ୍ଟ କଲାବେଳେ ତାଙ୍କୁ ୧୮ କିମ୍ବା ୧୯ ବର୍ଷ ବୟସ ହୋଇଥିଲା। ଟେଷ୍ଟମ୍ୟାଚର ପ୍ରଥମ ଦିବସରେ ତାହା ସୋସିଆଲ ମିଡିଆରେ ପୁନର୍ବାର ଦେଖିବାକୁ ମିଳିଥିଲା। ରବିନସନ୍ ଏହା ଯେତେବେଳ ଜାଣିବାକୁ ପାଇଲେ ସେଦିନ ଷ୍ଟମ୍ପ ଅପସାରଣ ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ ତାଙ୍କର ଏହି କାର୍ଯ୍ୟପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଛନ୍ତି ତାଙ୍କ ଜାତିବାଦ ଓ ଯୌନବାଦ ଟିପ୍ପଣୀକୁ ନେଇ ସେ ଏବେ ଲଜ୍ଜା ଅନୁଭବ କରୁଛନ୍ତି। ଏହାକୁ ସେ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିଲେ। ସେତେବେଳେ ସେ ସ୍ବଳ୍ପ ବୟସ୍କ ଥିଲେ। ବର୍ତ୍ତମାନ ତାହା ସାର୍ବଜନୀନ ହୋଇଛି। କିନ୍ତୁ ସେ ସ୍ପଷ୍ଟ କରିବାକୁ ଚାହାନ୍ତି ଯେ, ସେ ଜାତିବାଦୀ କିମ୍ବା ଯୌନବାଦୀ ନୁହନ୍ତି। ରବିନସନ୍ଙ୍କୁ ତୁରନ୍ତ ଇଂଲଣ୍ଡ କ୍ୟାମ୍ପ ଛାଡ଼ିବାକୁ ହୋଇଛି। ସେ ତାଙ୍କ କାଉଣ୍ଟି କ୍ଲବ ସସେକ୍ସକୁ ଫେରିଯିବେ। ରବିନସନ୍ଙ୍କୁ ସସ୍ପେଣ୍ଡ କରାଯିବା ପରେ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା
ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...
ଘରୋଇ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ଲାଗୁ ନେଇ ଦାବି
ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ...
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ...
ଫାଇନାଲରେ ବୋଲିଂ କରିବେ କି କୋହଲି
ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...


