ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ। ରବିନସନ୍ଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାରଠାରୁ ଖେଳାଯିବାକୁଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ରବିବାର ସ୍ପଷ୍ଟ କରିଛି। ରବିନସନ୍ ଲଡର୍ସଠାରେ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ନ୍ୟୁଜିଲାଣ୍ଡର ଦୁଇଟି ଇନିଂସରେ ସେ ୭ଉଇକେଟ ନେବା ସହ ଇଂଲଣ୍ଡ ପ୍ରଥମ ଇନିଂସରେ ୪୨ ରନ କରିଥିଲେ। ରବିନସନ୍ ତାଙ୍କ ଜାତିଆଣ ଓ ଯୌନଭିତ୍ତିକ ଟୁଇଟ ପୋଷ୍ଟ କଲାବେଳେ ତାଙ୍କୁ ୧୮ କିମ୍ବା ୧୯ ବର୍ଷ ବୟସ ହୋଇଥିଲା। ଟେଷ୍ଟମ୍ୟାଚର ପ୍ରଥମ ଦିବସରେ ତାହା ସୋସିଆଲ ମିଡିଆରେ ପୁନର୍ବାର ଦେଖିବାକୁ ମିଳିଥିଲା। ରବିନସନ୍ ଏହା ଯେତେବେଳ ଜାଣିବାକୁ ପାଇଲେ ସେଦିନ ଷ୍ଟମ୍ପ ଅପସାରଣ ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ ତାଙ୍କର ଏହି କାର୍ଯ୍ୟପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଛନ୍ତି ତାଙ୍କ ଜାତିବାଦ ଓ ଯୌନବାଦ ଟିପ୍ପଣୀକୁ ନେଇ ସେ ଏବେ ଲଜ୍ଜା ଅନୁଭବ କରୁଛନ୍ତି। ଏହାକୁ ସେ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିଲେ। ସେତେବେଳେ ସେ ସ୍ବଳ୍ପ ବୟସ୍କ ଥିଲେ। ବର୍ତ୍ତମାନ ତାହା ସାର୍ବଜନୀନ ହୋଇଛି। କିନ୍ତୁ ସେ ସ୍ପଷ୍ଟ କରିବାକୁ ଚାହାନ୍ତି ଯେ, ସେ ଜାତିବାଦୀ କିମ୍ବା ଯୌନବାଦୀ ନୁହନ୍ତି। ରବିନସନ୍ଙ୍କୁ ତୁରନ୍ତ ଇଂଲଣ୍ଡ କ୍ୟାମ୍ପ ଛାଡ଼ିବାକୁ ହୋଇଛି। ସେ ତାଙ୍କ କାଉଣ୍ଟି କ୍ଲବ ସସେକ୍ସକୁ ଫେରିଯିବେ। ରବିନସନ୍ଙ୍କୁ ସସ୍ପେଣ୍ଡ କରାଯିବା ପରେ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?
ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଲୋକପ୍ରିୟ ଟେଲିଭିଜନ ଉଦ୍ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
ଟପ୍ ସିଡ୍ ମନ୍ଫିଲ୍ସକୁ ହରାଇଲେ ପର୍ସେଲ
ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟରେ ଆର୍ଜେଣ୍ଟିନା
ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା...
କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ହାପେନ୍ଡହ୍ବାଟ୍...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ
ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...


