ରାଜନଗର, ୧୧।୬(ଡି.ଏନ୍.ଏ.): ୩ ବର୍ଷ ହେଲା ସ୍ଲୁଇସ୍ ନିର୍ମାଣ ସରିଲାଣି। ମାତ୍ର ଆଜିଯାଏ ସ୍ଲୁଇସ୍ରେ ଗେଟ ଲାଗିନି। ନଦୀରେ ଜୁଆର ସମୟରେ ଲୁଣାପାଣି ଭେଡା ଭିତରକୁ ପଶି ଚାଷ ଜମିରେ ଲହଡି ଭାଙ୍ଗୁଛି। ସ୍ଲୁଇସ୍ରେ ଗେଟ ନ ଥିବାରୁ ଭେଡା ମଧ୍ୟରେ ଜମି ରହୁଥିବା ପାଣି ମଧ୍ୟ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ରାଜନଗର ବ୍ଲକ ଅଧୀନ ୭ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ବଡ଼ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ସ୍ଲୁଇସ୍ ନିର୍ମାଣ କରିଥିବା ଡ୍ରେନେଜ ବିଭାଗ ନିକଟରେ ଚାଷୀମାନେ ୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପଦକ୍ଷେପ ନେବା ବଦଳରେ ଚୁପ୍ ବସିଛି।
ରାଜନଗର ବ୍ଲକର ଗୁପ୍ତି, କଣ୍ଡିରା, ଭିତରଗଡ ପ୍ରଭୃତି ପଞ୍ଚାୟତ ସମେତ ଚାନ୍ଦିବାଉଁଶମୂଳ, କୁରୁଣ୍ଟି, ଡେରା ପଞ୍ଚାୟତର କେତେକ ଚାଷ ଜମିରୁ ବର୍ଷା ପାଣି ଗୁପ୍ତି-ଚକମନପୁର ରାସ୍ତାରେ ଥିବା ସ୍ଲୁଇସ୍ ଦେଇ ନିଷ୍କାସନ ହୋଇଥାଏ। ୨୦୧୮ରେ ଡ୍ରେନେଜ ବିଭାଗ ପକ୍ଷରୁ ଏହି ଡ୍ରେନର ପୁନରୁଦ୍ଧାର କରାଯିବା ସହ ଏଠାରେ ଏକ ସ୍ଲୁଇସ୍ ନିର୍ମାଣ କରାଯାଇଛି। ସ୍ଲୁଇସ୍ରେ ଗେଟ ଲାଗି ନ ଥିବାରୁ ପାଟଶାଳା ନଦୀର ଲୁଣା ଜୁଆର ପାଣି ଭେଡା ଭିତରକୁ ପଶୁଛି। ୟାସ୍ ସମୟରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠି ଏହି ମୁକୁଳା ସ୍ଲୁଇସ୍ ଦେଇ ଲୁଣା ଜୁଆର ପାଣି ହଜାର ହଜାର ଏକର ଚାଷ ଜମିରେ ମାଡ଼ିଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଲୁଣା ଜୁଆର ପାଣି ମିଶି ଘର ଭିତରେ ପଶିଥିଲା। ବାତ୍ୟା ପରଠୁ ନଦୀ ଫୁଲି ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ଟି ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ଭେଡାରେ ଜମିଥିବା ପାଣି ନିଷ୍କାସନ ସହ ସ୍ଲୁଇସରେ କବାଟ ଲଗାଇବାକୁ ଦାବି କରିଛନ୍ତି। ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲୁଇସ୍ରେ କବାଟ ନ ଲଗାଇଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାରେଶ୍ୱର ଜେନା, ଜଗବନ୍ଧୁ ଦାସ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ରାଉତ, ପାଣ୍ଡବ ମଳିକ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଜଣାଇଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି
ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...
କାର୍-ବାଇକ୍ ମୁହାଁମୁହିଁ ଧକ୍କା: ୨ ଗୁରୁତର
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି।...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୨୪ା୬: ପବିତ୍ର ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ଗଜ ବେଶରେ ଦେଖିବାକୁ ମିଳିଛି। ଜ୍ୟେଷ୍ଠ ପୂର୍ଣ୍ଣିମାର ଅବସରରେ ମହାପ୍ରଭୁ ଗଜବେଶ ବା ହାତୀବେଶରେ ସଜ୍ଜିତ ହୋଇଛନ୍ତି। ସ୍ନାନବେଦୀରେ...
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ...
ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା
ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି...
ରୟତି ଜମିରୁ ବେଆଇନ ଗଛକଟା
ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍ କିସମ ମେଳ ଖାଉ ନ...
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...


