ଚାଷ ଜମିରେ ମାଡୁଛି ଲୁଣାପାଣି

ରାଜନଗର, ୧୧।୬(ଡି.ଏନ୍‌.ଏ.): ୩ ବର୍ଷ ହେଲା ସ୍ଲୁଇସ୍‌ ନିର୍ମାଣ ସରିଲାଣି। ମାତ୍ର ଆଜିଯାଏ ସ୍ଲୁଇସ୍‌ରେ ଗେଟ ଲାଗିନି। ନଦୀରେ ଜୁଆର ସମୟରେ ଲୁଣାପାଣି ଭେଡା ଭିତରକୁ ପଶି ଚାଷ ଜମିରେ ଲହଡି ଭାଙ୍ଗୁଛି। ସ୍ଲୁଇସ୍‌ରେ ଗେଟ ନ ଥିବାରୁ ଭେଡା ମଧ୍ୟରେ ଜମି ରହୁଥିବା ପାଣି ମଧ୍ୟ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ରାଜନଗର ବ୍ଲକ ଅଧୀନ ୭ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ବଡ଼ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ସ୍ଲୁଇସ୍‌ ନିର୍ମାଣ କରିଥିବା ଡ୍ରେନେଜ ବିଭାଗ ନିକଟରେ ଚାଷୀମାନେ ୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପଦକ୍ଷେପ ନେବା ବଦଳରେ ଚୁପ୍‌ ବସିଛି।
ରାଜନଗର ବ୍ଲକର ଗୁପ୍ତି, କଣ୍ଡିରା, ଭିତରଗଡ ପ୍ରଭୃତି ପଞ୍ଚାୟତ ସମେତ ଚାନ୍ଦିବାଉଁଶମୂଳ, କୁରୁଣ୍ଟି, ଡେରା ପଞ୍ଚାୟତର କେତେକ ଚାଷ ଜମିରୁ ବର୍ଷା ପାଣି ଗୁପ୍ତି-ଚକମନପୁର ରାସ୍ତାରେ ଥିବା ସ୍ଲୁଇସ୍‌ ଦେଇ ନିଷ୍କାସନ ହୋଇଥାଏ। ୨୦୧୮ରେ ଡ୍ରେନେଜ ବିଭାଗ ପକ୍ଷରୁ ଏହି ଡ୍ରେନର ପୁନରୁଦ୍ଧାର କରାଯିବା ସହ ଏଠାରେ ଏକ ସ୍ଲୁଇସ୍‌ ନିର୍ମାଣ କରାଯାଇଛି। ସ୍ଲୁଇସ୍‌ରେ ଗେଟ ଲାଗି ନ ଥିବାରୁ ପାଟଶାଳା ନଦୀର ଲୁଣା ଜୁଆର ପାଣି ଭେଡା ଭିତରକୁ ପଶୁଛି। ୟାସ୍‌ ସମୟରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠି ଏହି ମୁକୁଳା ସ୍ଲୁଇସ୍‌ ଦେଇ ଲୁଣା ଜୁଆର ପାଣି ହଜାର ହଜାର ଏକର ଚାଷ ଜମିରେ ମାଡ଼ିଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଲୁଣା ଜୁଆର ପାଣି ମିଶି ଘର ଭିତରେ ପଶିଥିଲା। ବାତ୍ୟା ପରଠୁ ନଦୀ ଫୁଲି ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ଟି ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ଭେଡାରେ ଜମିଥିବା ପାଣି ନିଷ୍କାସନ ସହ ସ୍ଲୁଇସରେ କବାଟ ଲଗାଇବାକୁ ଦାବି କରିଛନ୍ତି। ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲୁଇସ୍‌ରେ କବାଟ ନ ଲଗାଇଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାରେଶ୍ୱର ଜେନା, ଜଗବନ୍ଧୁ ଦାସ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ରାଉତ, ପାଣ୍ଡବ ମଳିକ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଜଣାଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.