Categories: ଖେଳ

ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା

ନୂଆଦିଲ୍ଲୀ,୪।୬(ପି.ଟି.):
ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବାର କିଛି ସପ୍ତାହ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ପ୍ରଦାନ କରାଯାଇଛି ବୋଲି ଗୁରୁବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ପ୍ରକାଶ କରାଯାଇଛି। ଏଥିପାଇଁ ସାନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରିଜିଜୁଙ୍କ ହସ୍ତକ୍ଷେପ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।
୬ଟି ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୩୪ ବର୍ଷୀୟା ସାନିଆ ସାହାଯ୍ୟ ପାଇଁ ସମସ୍ତଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ପୁଅ ଇଜହାନ ଓ ଭଉଣୀ ଅନମଙ୍କୁ ଭିଜା ମିଳିଥିବାରୁ ସମସ୍ତଙ୍କଠାରେ କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସାନିଆ ଜୁନ୍‌ ୧୪ରୁ ଆରମ୍ଭ ହେବାକୁ ଥିବା ବର୍ମିଂହାମ ଓପନ୍‌, ଜୁନ୍‌ ୨୦ରୁ ଆରମ୍ଭ ହେବାକୁ ଥିତ୍ବା ଇଷ୍ଟବର୍ନ ଓପନ ଓ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଓ୍ବିମ୍ବେଲଡନ ଓପନରେ ଅଂଶଗ୍ରହଣ କରିବେ। ରିଜିଜୁ ମଧ୍ୟ ସାନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ତୁମ ପାଇଁ ଗର୍ବିତ ଓ ଅଲିମ୍ପିକ୍ସରେ ଭାରତ ତରଫରୁ ପୁଣି ଥରେ ପ୍ରତିନିଧିତ୍ୱ କରୁଥିବାରୁ ରିଜିଜୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଥାଉ କି, ସାନିଆ ସରକାରଙ୍କ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ (ଟପ୍ସ)ରେ ସାମିଲ ହୋଇଛନ୍ତି। ସାନିଆଙ୍କୁ ଭିଜା ମିଳିଥିଲେ ମଧ୍ୟ ତାଙ୍କ ଭଉଣୀ ଓ ପୁଅକୁ କରୋନା ମହାମାରୀ ପାଇଁ ଭିଜା ପ୍ରଦାନ କରାଯାଇ ନ ଥିଲା। କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ହୋଇଥିବାରୁ ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି ସାନିଆ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.