ରାଞ୍ଚି,୪।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ରୁହନ୍ତି। କିନ୍ତୁ ତାଙ୍କ ସହ ଜଡିତ ଖବର, ଫଟୋ କିମ୍ବା ଭିଡିଓ କିନ୍ତୁ ଭାଇରାଲ ହେଉଛି। ଆଇପିଏଲର ୧୪ତମ ସିଜିନ ସ୍ଥଗିତ ରଖାଯିବା ପରଠାରୁ ସେ ରାଞ୍ଚିରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏବେ ତାଙ୍କ ଫାର୍ମ ହାଉସକୁ ଏକ ନୂଆ ଅତିଥି ଆସିଛି। ଧୋନୀଙ୍କ ଝିଅ ଜିଭା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଫଟୋରେ ସେ ଏକ ଛୋଟ ଘୋଡା ସହିତ ନଜର ଆସିଛନ୍ତି। ସେ ସେହି ଘୋଡାର ମୁଣ୍ଡରେ ହାତ ରଖିଥିବାର ଦେଖାଯାଇଛି। ସେ କ୍ୟାପସନରେ କିଛି ଲେଖି ନାହାଁନ୍ତି, କେବଳ ଏକ ହାର୍ଟ ଇମୋଜି ସେୟାର କରିଛନ୍ତି। ଏହି ଫଟୋ ଏପର୍ଯ୍ୟନ୍ତ ପ୍ରାୟ ୧.୫ ଲକ୍ଷ ଲାଇକ ପାଇଛି।
ଏହାପୂର୍ବରୁ ଧୋନୀ ଚେତକ ନାମକ ଏକ ଘୋଡା କିଣିଥିଲେ। ତା’ପରେ ତାଙ୍କ ସ୍ତ୍ରୀ ସାକ୍ଷୀ ତାଙ୍କୁ ପରିବାରର ସଦସ୍ୟ ବୋଲି କହିଥିଲେ ଏବଂ ତାଙ୍କୁ ସ୍ବାଗତ କରୁଥିବା ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। ନିକଟରେ ସାକ୍ଷୀ ଅନ୍ୟ ଏକ ଫଟୋ ଶେୟାର କରିଛନ୍ତି, ଭିଡିଓରେ ଧୋନୀ ତାଙ୍କ ଘୋଡାକୁ ମାଲିସ କରୁଥିବା ଦେଖିବାକୁ ମିଳିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.