E-Paper
  • logo
  • Sunday 29th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ସାବିତ୍ରୀ
11:03 amJune 8, 2021

ସତ୍ୟବାନ ଅର୍ଥ ଯିଏ ସତ୍ୟରେ ଅଧିଷ୍ଠିତ ଆଉ
ସାବିତ୍ରୀ ଅର୍ଥ ଯିଏ ସମର୍ପିତା। ସତ୍ୟ ପ୍ରତି ସମର୍ପିତ ହେଲେ ମଣିଷ ମୃତ୍ୟୁକୁ ବି ଜୟ କରିପାରେ। ଏହା ହିଁ ପୌରାଣିକ ଉପାଖ୍ୟାନ ସାବିତ୍ରୀ ବ୍ରତ କଥାର ସାର କଥା। କିନ୍ତୁ ଏହି ମୂଳ ତତ୍ତ୍ୱକୁ ଭୁଲି ଲୋକେ ଏବେ ବାହ୍ୟ ଆଡ଼ମ୍ବରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସାବିତ୍ରୀ ବ୍ରତ ଏବେ ଖାଲି ନୂଆ ଶାଢ଼ୀ, ଚୁଡ଼ି ଆଉ ଫଳମୂଳରେ ସୀମିତ ରହିଯାଇଛି। ହେଲେ କରୋନା ଲକ୍‌ଡାଉନ ପାଇଁ ଏହି ଆଡ଼ମ୍ବର ଏବେ ଫିକା ପଡ଼ିଛି। ମନ୍ଦିର ବନ୍ଦ,
ଦୋକାନ ବଜାରରେ ତାଲା ଆଉ ବାହାରକୁ ବାହାରିବା ମନା। ତେଣୁ ଘର ଭିତରେ ରହି ବ୍ରତ ପାଳନ କରିବାକୁ ଏକରକମ
ବାଧ୍ୟ ହୋଇଛନ୍ତି ମହିଳାମାନେ…

 

କରୋନା ଲକ୍‌ଡାଉନ୍‌ ପାଇଁ ଏବେ ସବୁ ବନ୍ଦ। ତେଣୁ ଏଥର ସାବିତ୍ରୀ ବ୍ରତକୁ ଯେନତେନ ପ୍ରକାରେ କରିବା ପାଇଁ ବାଧ୍ୟ ହେଉଛନ୍ତି ମହିଳାମାନେ। ହେଲେ ମନ ମାନୁଛି କେଉଁଠୁ! ଏଥିପାଇଁ ମହିଳାମାନେ ଆପଣାଇଛନ୍ତି ଅନେକ ବିକଳ୍ପ। କିଏ କେଉଁ ପ୍ରକାରରେ ହେଉ ନୂଆ ଶାଢ଼ୀ, ଚୁଡ଼ି ଆଉ ଫଳମୂଳ ଆଦି ପୂଜା ସାମଗ୍ରୀ ସବୁକିଛି ଯୋଗାଡ଼ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି।
ଅନ୍‌ଲାଇନ୍‌ ବିକଳ୍ପ: ଏଥର ସାବିତ୍ରୀ ପୂଜା ପାଇଁ ଅଧିକାଂଶ ମହିଳା ଅନଲାଇନ୍‌ ବିକଳ୍ପକୁ ବେଶି ବ୍ୟବହାର କରୁଛନ୍ତି। କାରଣ ଦୋକାନ ବଜାର ସବୁ ବନ୍ଦ ରହିଥିବାରୁ ନୂଆ ଶାଢ଼ୀ କିଣିବା ପାଇଁ ଏଇଟା ହିଁ ଏକମାତ୍ର ମାଧ୍ୟମ ହୋଇଛି। ଅନ୍‌ଲାଇନରେ ନୂଆ ଶାଢ଼ୀ ସାଙ୍ଗକୁ ଅନ୍ୟ ସବୁ କସମେଟିକ୍‌ ଓ ଚୁଡି ଗହଣା ଆଦି ସବୁକିଛି ମିଳିଯାଉଛି। ତେଣୁ ଲକ୍‌ଡାଉନ୍‌ ଥିଲେ ବି ଏହି ମାଧ୍ୟମ ଏବେ ସମସ୍ତଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିଛି।
ସାବିତ୍ରୀ କ୍ରେଜ ନାହିଁ: ଏଥର ସାବିତ୍ରୀ ପୂଜା ପାଇଁ ସେମିତି କ୍ରେଜ ଆଉ ନାହିଁ। କାହିଁକି ନା ଘରେ ରହି ସବୁ କିଛି କରିବାକୁ ହେବ। ମନ୍ଦିର ଖୋଲା ନାହିଁ କି ବାହାରକୁ କାହା ଘରକୁ ବି ଯାଇ ହେବନି। ତେଣୁ ଘରେ ରହି କେବଳ ପୂଜା କରିବାକୁ ମହିଳାମାନେ ବାଧ୍ୟ ହୋଇଛନ୍ତି। ଅନ୍ୟ ବର୍ଷ ତୁଳନାରେ ସାବିତ୍ରୀ ପୂଜା ପାଇଁ ସଜବାଜ ହୋଇ ମନ୍ଦିର ଯିବା କିମ୍ବା ଅନ୍ୟ କାହା ଘରକୁ ବୁଲି ଯିବା ସମ୍ଭବ ନୁହେଁ। ତେଣୁ ଏଥର ଫିକା ପଡିଛି ନାରୀମାନଙ୍କର ଏହି ମହାନ୍‌ ପର୍ବ ସାବିତ୍ରୀ ବ୍ରତ।
ପରମ୍ପରା ବଞ୍ଚିଛି: ମଣିଷ ଯେତେ ଆଧୁନିକ ହେଲେ ବି ଅନେକ ସମୟରେ ନିୟତି ଆଗରେ ଅସହାୟ ମନେକରେ। ସେଥିପାଇଁ ନାରୀଟିଏ କେତେବେଳେ ପିଲାମାନଙ୍କ ପାଇଁ ତ କେବେ ସ୍ବାମୀଙ୍କ ପାଇଁ ବିଭିନ୍ନ ପ୍ରକାରର ଓଷା କରିଥାଏ। ଏଥର ଲକ୍‌ଡାଉନରେ ବି ମହିଳାମାନେ ପ୍ରତିକାତ୍ମକଭାବେ ପୂଜା କରିବାର ପ୍ରୟାସ ଚଳାଇଛନ୍ତି। ଏକାଠି ସାମୂହିକଭାବେ ପୂଜା କରିବା ସମ୍ଭବ ହେଉ ନ ଥିଲେ ବି ଘରେ ଏକା ଏକା ପୂଜା କରିବାର ନିଷ୍ପତ୍ତି ନେଇଛନ୍ତି। ତେଣୁ ନିରାଡ଼ମ୍ବରଭାବେ ହେଲେ ବି ପରମ୍ପରାକୁ ସମ୍ମାନ ଜଣାଇ ମହିଳାମାନେ ସେମାନଙ୍କର ସମର୍ପଣ ଓ ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି।
ଏମାନେ କ’ଣ କହନ୍ତି
ଘରେ ପୂଜା କଲେ ଶାନ୍ତି ମିଳିବ: ପୂଜା ତ ନିଶ୍ଚିତ ହେବ। ମନ୍ଦିରରେ ନ ହେଲେ ବି ଘରେ ତ ପୂଜା ହେଇପାରିବ ନା। ଆଉ ପୂଜା ପାଇଁ ଯାହା ସବୁ ଦରକାର ସେସବୁ ମୋର ଘରେ ଅଛି। ନୂଆ ଶଙ୍ଖା, ସିନ୍ଦୂର ଆଉ ନୂଆ ଶାଢ଼ୀ ବି ଘରେ ଅଛି। ଫଳ ତ ଦୋକାନରେ ମିଳୁଛି। ତେଣୁ ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ। ଏମିତିରେ ଘରେ ନିଜେ ପୂଜା କଲେ ମନକୁ ବେଶି ଶାନ୍ତି ମିଳିବ।
-ସଙ୍ଗୀତା ଦାସ, ଗୃହିଣୀ,
ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ଅନ୍‌ଲାଇନରେ ସବୁ ମଗାଇଛି: ପୂଜା କରିବାରେ କୌଣସି ଅସୁବିଧା ନାହିଁ। କାହିଁକିନା ଅନ୍‌ଲାଇନରେ ମୁଁ ସବୁ ମଗାଇ ସାରିଛି। ନୂଆ ଶାଢ଼ୀ, ତା’ ସାଙ୍ଗକୁ ମ୍ୟାଚିଂ ଗହଣା ସହ ଶଙ୍ଖା, ସିନ୍ଦୂର ସବୁ ମୋ ପାଖରେ ରହିଛି। ତେଣୁ ପ୍ରତିବର୍ଷ ଯେମିତି ପୂଜା ହେଉଥିଲା ଏବର୍ଷ ବି ସେମିତି ପୂଜା ହେବ। ଅବଶ୍ୟ ଏଥର କୌଣସି ମନ୍ଦିରକୁ ଯାଇ ହେବନି, ସେଇ ଦୁଃଖ ତ ରହିବ। ହଉ ଈଶ୍ୱରଙ୍କ ଦୟାରୁ ସାରା ବିଶ୍ୱରୁ ଖୁବଶୀଘ୍ର କରୋନା ଦୂର ହୋଇଯାଉ; ଯାହାଫଳରେ ଆରବର୍ଷକୁ ପୁଣି ଭଲରେ ସାବିତ୍ରୀ ପୂଜା ହେବ।
-ନମିତାରାଣୀ ଦାସ,
ଶିକ୍ଷୟିତ୍ରୀ, ବାସୁଦେବପୁର, ଭଦ୍ରକ
କିଛି ଅସୁବିିଧା ନାହିଁ
ମୁଁ ତ ସବୁବର୍ଷ ଘରେ ହିଁ ପୂଜା କରେ। ତେଣୁ ମୋର ସେମିତି କିଛି ଅସୁବିଧା ନାହିଁ। ଘରେ ପୂଜା କରିବା ପାଇଁ ମୋର ଠାକୁର ଘରେ ସବୁ ଜିନିଷ ଅଛି। ଠାକୁରଙ୍କୁ ଭକ୍ତିଭାବରେ ପୂଜା କରିବା କଥା, ତେଣୁ ନୂଆ ଶାଢ଼ୀ, ଗହଣା ଆଦିର ଏତେ ଆବଶ୍ୟକତା ନାହିଁ। ତେଣୁ ଲକ୍‌ଡାଉନ ହୋଇଥିଲେ ବି ସେମିତି କାହାର କିଛି ଅସୁବିଧା ହେବ ବୋଲି ମୁଁ ଭାବୁନି। -ସଞ୍ଜୁଲତା ସାମଲ, ଗୃହିଣୀ, ମାର୍କୋଣା, ସିମୁଳିଆ, ବାଲେଶ୍ୱର
ପୂଜା କଲେ ଶାନ୍ତି ଲାଗେ
ମୋ ପାଇଁ ତ ନୂଆ ଶାଢୀ, ନଡିଆ, ଆମ୍ବ ଆଉ ସବୁ ପୂଜା ଜିନିଷ ଭାଇ ଆଣି ଦେଇ ସାରିଛି। ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ। ତା ପୂଜା କାମ ସାରି ମତେ ତ ଅଫିସ ବି ଯିବାକୁ ହେବ। ତେଣୁ ସବୁ ଥର ପରି ଏଥର ବି ଘରେ ପୂଜା କରି ରୋଷେଇ ସାରି ମୁଁ ଅଫିସ ଯିବି। ଅବଶ୍ୟ ସାବିତ୍ରୀ ଦିନ ନୂଆ ଶାଢୀ, ଅଳତା ପିନ୍ଧି ପୂଜା କରିବା ପରେ ବହୁତ ଶାନ୍ତି ଲାଗେ। ତେଣୁ ସବୁ ଓଡ଼ିଆ ନାରୀମାନେ ଏହି ପୂଜା ନିହାତି କରିବା ଉଚିତ୍‌। କିନ୍ତୁ ପୂଜା ପାଇଁ ମନରେ ଶ୍ରଦ୍ଧା ଆଉ ଭକ୍ତି ଥିବା ବି ଦରକାର। -ମୀନାକ୍ଷୀ ଶତପଥୀ,
କର୍ମଜୀବୀ, ଶଙ୍କରପୁର, କଟକ


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ଘରୁ ଦୂରାନ୍ତୁ ମଶା

ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ...

ମାତୃଗର୍ଭରୁ ସ୍ଥିର ହୁଏ ଏସବୁ

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...

ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା...

ହାକୁଟିକୁ ଅଣଦେଖା କରୁଛନ୍ତି କି….

  ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି...

ସ୍ବପ୍ନରେ ଏସବୁ ଦେଖିଲେ…

ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ...

ଜୀବନକୁ ସୁଖମୟ କରିବାରେ ସାହାଯ୍ୟ କରୁଥିବା କିଛି କଥା ସମ୍ପର୍କରେ…

*ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’। ଏହି ଦୁଇଟି ଶବ୍ଦରେ ସୁଖ ହେଉଛି ଅତୁଳନୀୟ। *ଯଦି କେହି ଖୁସି ପାଇଁ କାମ କରନ୍ତି, ତା’ହେଲେ ତାଙ୍କୁ...

କେବଳ ଏହି କାରଣ ପାଇଁ ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି ସ୍ତ୍ରୀ

ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ
Next Post Next post:
ଗୁଜରାଟୀ ମ୍ୟାଙ୍ଗୋ କଡ଼ି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts