ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩ ରନ୍ରେ ଅଲ୍ଆଉଟ କରିବା ପରେ ନ୍ୟୁଜିଲାଣ୍ଡ ୧୧୯.୧ ଓଭରରେ ୩୮୮ ରନ୍କରି ଅଲ୍ଆଉଟ ହେବା ସହ ପ୍ରଥମ ଇନିଂସରେ ୮୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୧ ଓଭରରେ ୯ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଛି। ଗୋଟିଏ ଉଇକେଟ ହାତରେ ଥାଇ ଇଂଲଣ୍ଡ ମାତ୍ର ୩୭ ରନର ଅଗ୍ରଣୀ ହାସଲ କରି ପରାଜୟ ଦ୍ୱାରରେ ଛିଡା ହୋଇଛି। ମାର୍କ ଉଡ୍ ସର୍ବାଧିକ ୨୯ ରନ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନେରୀ ଓ ନିଲ ଓ୍ବାଗନର ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୯/୩ରୁ ନ୍ୟୁଜିଲାଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରସ୍ ଟେଲର ୪୬ ରନରୁ ଖେଳ ଆରମ୍ଭ କରି ୮୦ ରନକରି ଆଉଟ ହୋଇଥିଲେ। ଏହାପରେ ଟମ୍ ବ୍ଲଣ୍ଡେଲ ୩୪, ଏଜାଜ୍ ପଟେଲ ୨୦ ରନକରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ୍ ୪, ମାର୍କ ଉଡ୍ ଓ ଓଲି ଷ୍ଟୋନ ୨ଟି ଲେଖାଏ, ଜେମ୍ସ ଆଣ୍ଡରସନ ଓ ଡାନ ଲରେନ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ: ୧୦୧ ଓଭରରେ ୩୦୩ ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୧୯.୧ ଓଭରରେ ୩୮୮।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୪୧ ଓଭରରେ ୧୨୨/୯
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.