ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି। ଆସନ୍ତା ୨୩ ତାରିଖ ରାତ୍ର ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସୋମବାର ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ବଡ଼ଦାଣ୍ଡ ମାର୍କେଟ ଛକଠାରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣିଖିଆ ଛକ, ଜେନାରୀଗଛ ଛକ ଦେଇ ଲବଣିଖିଆ ଛକଠାରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ୧୪୪ ଧାରା ହୋଇଛି। ସେଠାରୁ ଭୋଗଯାଗା ଓ ଖୁଣ୍ଟିଆ ସାହି ଛକ ଦେଇ ଜହ୍ନିମୁଣ୍ଡିଆ ଛକଠାରୁ ବାଲିସାହି, ବାଲିସାହି କଦମ୍ବଗଡ଼ ଛକ ଦେଇ ଖୁଣ୍ଟିଆ ସାହି ଛକଠାରୁ ସୁଦର୍ଶନ ଗେଷ୍ଟ ହାଉସ, ବରାହୀ ଓ ପଞ୍ଚୁଆତି ଛକ ଦେଇ ସୁଦର୍ଶନ ଗେଷ୍ଟ ହାଉସ୍ ଛକଠାରୁ ହରଚଣ୍ଡୀ ସାହି ମାଛହାଟ ଛକ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ସେଠାରୁ ଶୀତଳ ପିଣ୍ଡା ଓ ବାରବାଟୀ ଯାଗା ଦେଇ ମାଛହାଟ ଛକଠାରୁ ଲୋକନାଥ ରୋଡ୍ ବୃଷଭ ଛକ, ବୃଷଭ ଛକଠାରୁ ଛପନ ଛକ, ମଙ୍ଗଳାଘାଟ ମାଳିକା ଛକ, ବାଲିସ୍କୁଲ୍ ମିଶ୍ର ସାହି ଓ ସାତବଖରା ଜାଗା ଦେଇ ପାଣ୍ଡ ଯାଗା, ଚୁଡ଼ଙ୍ଗ ସାହି, ବାନାମ୍ବର ଛକ, ଶନି ମନ୍ଦିର ଓ ଇଣ୍ଡିଆନ୍ ବ୍ୟାଙ୍କ ଛକ ଦେଇ ମରିଚିକୋଟ ଛକ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ
ବରଗଡ଼ ଅଫିସ୍,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଘେରିଲେ ଲୋକେ
ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...


