Categories: ଖେଳ

ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…

ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍‌ର ଘୋଷଣା କରାଯାଇଥିଲା। ଅନେକ ଯୁବ କ୍ରିକେଟରଙ୍କୁ ଦଳରେ ସୁଯୋଗ ମିଳିଥିଲା। ହେଲେ ଏଥିରେ ଚୟନ ହୋଇ ନ ଥିବା ଯୋଗୁ ନିରାଶ ହୋଇଛନ୍ତି ଶେଲ୍ଡନ୍‌ ଜ୍ୟାକ୍‌ସନ।

ଭାରତୀୟ ଟିମ୍‌ ଶ୍ରୀଲଙ୍କାରେ ୩ ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ସେଥିରୁ ଦିନିକିଆ ଲାଗି ଚୟନ ହେବା ଉଚିତ ଥିଲା ବୋଲି ଜ୍ୟାକ୍‌ସନ୍‌ କହିଛନ୍ତି। ହୃଦୟ ଭାଙ୍ଗିବାର ଇମୋଜି ସହ ନିଜର ଟୁଇଟରରେ ସେ ନିରାଶା ପ୍ରକଟ କରିଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳରେ ଶିଖର ଧାଓ୍ବନ(ଅଧିନାୟକ), ଭୁବନେଶ୍ୱର କୁମାର(ଉପଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପଡ଼ିକାଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଈଶାନ କିଶନ, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କ୍ରିଷ୍ଶାପ୍ପା ଗୋଥାମ, କୃନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସଇନୀ, ଚେତନ ସାକାରିଆଙ୍କୁ ସୁଯୋଗ ମିଳିଛି। ହେଲେ ୩୪ ବର୍ଷୀୟ ଜ୍ୟାକ୍‌ସନ ଆଶାବାଦୀ ଥିବା ସତ୍ତ୍ୱେ ତାଙ୍କର ଚୟନ ହୋଇନାହିଁ।

ପ୍ରକାଶ ଯେ, ରଣଜୀ ଟ୍ରଫିର ଗୋଟିଏ ସଂସ୍କରଣରେ ଚାରି ଥର ୭୫୦ରୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ମଧ୍ୟରୁ ଜ୍ୟାକ୍‌ସନ ଜଣେ। ହେଲେ ତାଙ୍କୁ ଲଗାତାର ଭାବେ ଅଣଦେଖା କରାଯାଇ ଭାରତ ଏ ଟିମ୍‌ରେ ଚୟନ ହୋଇ ନ ଥିଲା। ଏହାକୁ ନେଇ ସେ ନିକଟରେ ବିସିସିଆଇର ଚୟନକର୍ତ୍ତାଙ୍କ ଉପରେ ବିଭିନ୍ନ ଦୋଷ ଲଦିଥିଲେ। ୩୪ ବର୍ଷର ହୋଇ ମଧ୍ୟ ୨୨-୨୩ ବର୍ଷର ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ କରୁଛି। ହେଲେ ରାଷ୍ଟ୍ରୀୟ ଟିମ୍‌ ପାଇଁ ଚୟନ ହେବା ଲାଗି ଯୋଗ୍ୟ କ’ଣ ପାଇଁ ନୁହେଁ? କେଉଁମାନେ ଏହା ଚୟନ କରନ୍ତି? କେଉଁ ପଦ୍ଧତିରେ ଚୟନ କରାଯାଉଛି? ରଣଜୀ ସ୍କୋର ଦ୍ୱାରା ନା ଫିଟ୍‌ନେସ? ଦୁଇରୁ ତିନି ସିଜନ ଧରି ୮୦୦ରୁ ଅଧିକ ରନ୍‌ ସ୍କୋର କରିବା ଅର୍ଥ ଫିଟ୍‌ ଥିବା। ନଚେତ ପଡ଼ିଆରେ ଏତେ ସମୟ ଧରି ରହିବା ମୁସ୍କିଲ। ଅନେକ ଥର ୩୦ ବର୍ଷ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ କ’ଣ ଏଭଳି ଅଛି ଯେଉଁଥିରେ ଆପଣଙ୍କ ଚୟନ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.