ନୂଆଦିଲ୍ଲୀ,୯।୬: ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଦୀର୍ଘ ୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ ଗୁରୁବାର ଅନଷ୍ଠିତ ହେବ। ଏହାପୂର୍ବରୁ ୧୮୭୩ ମେ’ ୨୬ରେ ଏଭଳି ଯୋଗ ସୃଷ୍ଟି ହୋଇଥିଲା। ଭାରତର ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ଏହି ସୂର୍ଯ୍ୟପରାଗ ଦେଖାଯିବ।
ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧ ମିନିଟ୍ ପର୍ଯ୍ୟନ୍ତ ହେଉଥିବା ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର କେତେକ ଅଞ୍ଚଳରେ ଆଶିଂକ ଭାବେ ଦୃଷ୍ଟିଗୋଚର ହେବ। ଅପରପକ୍ଷରେ ଉତ୍ତର କାନାଡ଼ା, ଗ୍ରୀନ୍ଲାଣ୍ଡ୍ ଓ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ। ସୂର୍ଯ୍ୟପରାଗ ଦେଖାଯାଉ ନ ଥିବା ଅଞ୍ଚଳରେ କୌଣସି ସୂତକ ନୀତି ପାଳନ କରାଯିବା ଆବଶ୍ୟକ ନୁହେଁ।
ସୂର୍ଯ୍ୟପରାଗ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ସୃଷ୍ଟି ହେବ। ମିଥୁନ, କର୍କଟ, ସିଂହ, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶି ଜାତକଙ୍କ ପାଇଁ ସୂର୍ଯ୍ୟପରାଗ ଭଲ ଫଳ ନେଇ ଆସିବ। ଅପରପକ୍ଷରେ ମେଷ, ବୃଷ, କନ୍ୟା, ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ। ବୃଷ ରାଶିରେ ସୂର୍ଯ୍ୟପରାଗ ହେଉଥିବାରୁ ଏହି ରାଶିର ଜାତକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
ସୂର୍ଯ୍ୟପରାଗ ସମୟରେ କେତେକ କାର୍ଯ୍ୟ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହି ସମୟରେ ନିଜ ଶକ୍ତି ଅନୁସାରେ ଗରିବଙ୍କୁ ଦାନ କଲେ ଶୁଭଫଳ ମିଳିଥାଏ। ସେହିପରି ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ମନ୍ତ୍ର, ଗୁରୁମନ୍ତ୍ର, ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ସୌଭାଗ୍ୟ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। ସୂର୍ଯ୍ୟପରାଗ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.