ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଚାଲିଛନ୍ତି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଧାରଣା ଦେବାକୁ ଡାକରା ଦିଆଯାଇଛି। ଜୁନ୍ ୧୧ ଶୁକ୍ରବାର ପୂର୍ବାହ୍ନ ୭ ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ବିକ୍ଷୋଭ କରାଯିବ। ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଯୋଗୁ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରି ସାରିଲାଣି। ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଅଁା ହୋଇଛି। ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ଦର ୫.୭୨ ଟଙ୍କା ବୃଦ୍ଧି ପାଇଥ୍ତ୍ବା ବେଳେ ଡିଜେଲ ଦର ଲିଟର ପିଛା ୨୩.୯୩ ଟଙ୍କା ବଢ଼ିଛି। ଚଳିତବର୍ଷ ଗତ ୫ମାସ ମଧ୍ୟରେ ୪୩ ଥର ତୈଳ ଦର ବୃଦ୍ଧି ହୋଇଛି। ସରକାର ଟିକସ ବୃଦ୍ଧି ବାହାନାରେ ମହାମାରୀ ସମୟରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ କଂଗ୍ରେସ ଦାବି କରିଛି। ବିକ୍ଷୋଭ ସମୟରେ କୋଭିଡ୍-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟ ରଖି ବ୍ୟାନର, ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବାକୁ ପିସିିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲା, ବ୍ଲକ, ନଗର ସ୍ତରରେ ଜିଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, ବିଧାୟକଗଣ ଓ ଏମ୍ପି, ପ୍ରାକ୍ତନ ବିଧାୟକ ଓ ଏମ୍ପି, ବିଧାୟକ ଓ ଏମ୍ପି ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ କର୍ମକର୍ତ୍ତାଙ୍କୁ ସାମିଲ କରିବାକୁ ନିରଞ୍ଜନ ଆହ୍ବାନ ଦେଇଛନ୍ତି।
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ
ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...
ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ
ଭୁବନେଶ୍ୱର,୧୯।୬: ବିଏମ୍ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ...
ମାର୍କରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା: ଜୁଲାଇ ୫ରୁ ଫର୍ମ ଫିଲଅପ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ କରୋନା କଟକଣା ଯୋଗୁ ବିକଳ୍ପ ଉପାୟରେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ...
ରାତି ପାହିଲେ ବାହାରିବେ ବରଯାତ୍ରୀ
ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ଆହୁରି ୪ ଦିନ ବର୍ଷିବ
ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...


