ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ପୋଲିସ ଡିଜି ଅଭୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ନକଲି ଔଷଧ କାରବାରର ଖୋଳତାଡ଼ କରାଯିବ। ଏହି କାରବାରରେ କାହାର ହାତ ରହିଛି, ଏହା କେଉଁଠି ପ୍ରସ୍ତୁତ କରାଯାଉଛି, ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି ନା ରାଜ୍ୟ ବାହାରୁ ଏହାକୁ ଅଣାଯାଉଛି, ସେସବୁ ଦିଗକୁ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ କରିବ। ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଶ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ଅପରପକ୍ଷରେ ଏନେଇ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାଶ ଆଲୋଚନା କରିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ଅଛୁ, ତଦନ୍ତରେ ଯାହା ଆବଶ୍ୟକ ହେବ ଆମେ ସହଯୋଗ କରିବୁ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଦାଶ କହିଛନ୍ତି। ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଥିବାବେଳେ ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯାଉଥିବା ଫାଭିପିରାଭିର ଟାବଲେଟ୍‌(ଫାବିମାକ୍ସ-୪୦୦), ଆଜିଥ୍ରୋମାଇସିନ୍‌, ଭିଟାମିନ୍‌-ସି ଆଦି ୯ ପ୍ରକାର ନକଲି ଔଷଧ ଏବେ ଓଡ଼ିଶା ବଜାରରେ କାରବାର ହେଉଛି। ଗତ ୧୧ତାରିଖରେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଇତିମଧ୍ୟରେ ଭୁବନେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ରାଉରକେଲା, ବୌଦ୍ଧରୁ ବହୁ ନକଲି ଔଷଧ ଠାବ କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.