Categories: ଫୁରସତ

ବିଶାଳ ସମୁଦ୍ର ଉପରେ ଗାଁ: ୧୩୦୦ ବର୍ଷରୁ ସେଭଳି ଅଛି; ଉତ୍ପତି ଇତିହାସ କିଛି…

ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ ଗାଁ ରହିଛି। ଏହା ଚାଇନାର ଫୁଜିଆନ ପ୍ରଦେଶର ନିଙ୍ଗଡେ ସହର ନିକଟରେ ଅବସ୍ଥିତ। ବର୍ତ୍ତମାନର ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ନୁହେଁ ବରଂ ଶହ ଶହ ବର୍ଷ ପୂର୍ବେ ଏହି ଗାଁର ଉତ୍ପତି।

କୌତୁହଳର ବିଷୟ ହେଉଛି ଏହି ଗାଁ ଭାସମାନ ଡଙ୍ଗା ଉପରେ ଅବସ୍ଥିତ। ଏହି ଗାଁରେ ୨୦୦୦ ରୁ ଅଧିକ ଘର ଅଛି। ଏହା ହେଉଛି ପୃଥିବୀର ଏକମାତ୍ର ଗ୍ରାମ ଯାହା ସମୁଦ୍ର ଉପରେ ରହିବା ପାଇଁ ସ୍ଥାପିତ ହୋଇଛି। ପ୍ରାୟ ୧୩୦୦ ବର୍ଷ ପୂର୍ବେ ଏହି ବସ୍ତି ସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ସେଠାରେ ପ୍ରାୟ ଅଢ଼େଇ ହଜାର ଲୋକ ବାସ କରୁଛନ୍ତି। ଏଠାକାର ଲୋକମାନେ ମତ୍ସ୍ୟଜୀବୀ ଅଟନ୍ତି। ମାଛ ମାରି ସେମାନେ ରୋଜଗାର କରନ୍ତି। ତେବେ ଗାଁର ଲୋକମାନେ ଭାସମାନ ଘର ସହିତ ବିରାଟ କାଠ ନିର୍ମିତ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଠାରେ ସେମାନଙ୍କର ପିଲାମାନେ ଖେଳନ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଠାକାର ଲୋକଙ୍କୁ ଟାଙ୍କା କୁହାଯାଏ।

ଏହି ଗାଁର ପ୍ରାୟ ୧୩୦୦ ବର୍ଷ ପୁରୁଣା ଇତିହାସ ରହିଛି। ଏହି ମତ୍ସଜୀବୀଙ୍କ ପୂର୍ବପୁରୁଷମାନେ ଶାସକଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ। ଫଳରେ ସେମାନେ ସମୁଦ୍ର ମଧ୍ୟରେ ରହିବାକୁ ଚାଲିଆସିଥିଲେ। ସେବେଠାରୁ ପୀଢ଼ି ପରେ ପୀଢ଼ି ଏଠାରେ ବାସ କରିଆସୁଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.