ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଛି।
ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର। ଏହା ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ଓ୍ବାରହେଡ୍ ନେଇପାରିବ ଏବଂ ସଠିକ୍ ଭାବେ ଲକ୍ଷ୍ୟ ଭେଦ କରିପାରିବ । ଉତ୍କ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡ଼ାଣ କରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ନିର୍ଭୟ କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ଭାରତୀୟ ସେନାରେ ସାମିଲ ହୋଇଥିବା ଏହି ସବ୍ସୋନିକ କ୍ଷେପଣାସ୍ତ୍ରର ମାରଣାସ୍ତ୍ର କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହାଓ୍ବକ କ୍ଷେପଣାସ୍ତ୍ର ସହ ସମାନ ରହିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ବଜାର ବନ୍ଦ, ସରକାର ନେଉନାହାନ୍ତି
ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ...
ନିରଞ୍ଜନ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର,୧।୬(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଏବେ ନୀରଞ୍ଜନ ସେଠୀ...
ରାଜ୍ୟରେ ୟୁଜି-ପିଜି ଫାଇନାଲ ପରୀକ୍ଷା ହେବ; ଘରେ ରହି ଛାତ୍ରୀଛାତ୍ର ଦେଇପାରିବେ…
ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବୋର୍ଡ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏବେ ୟୁଜି ଏବଂ ପିଜି ପରୀକ୍ଷା ନେଇ...
ଆହୁରି ୪ ଦିନ ବର୍ଷିବ
ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...
ଆର୍ପିଡିଏସିକୁ ଡର
ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ...
ଅଗ୍ନିକାଣ୍ଡରେ ଜଳିଗଲା କ୍ୟାବିନ: ସାମଗ୍ରୀ ପୋଡ଼ି ପାଉଁଶ
ପାଟଣା,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ପାନ ଦୋକାନ କ୍ୟାବିନରେ ଶନିବାର ସକାଳୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅନେକ...
ଚିରନିଦ୍ରାରେ ‘ଶଲାବୁଢ଼ା’ ଫେମ୍ ଅଭିନେତା
ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ...
ଯୁକ୍ତ ୨ ପରୀକ୍ଷା ବାତିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।...


