ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର ସଦସ୍ୟଙ୍କ ସହ ଫୋନରେ କଥା ହେବାକୁ ଅନୁମତି ଦେଇଥିଲେ। ପରିବାର ଲୋକଙ୍କ ସହ କଥା ହୋଇ ସେ ଭୋ’ ଭୋ’ ହୋଇ କାନ୍ଦିବାକୁ ଲାଗିଥିଲେ। କୁସ୍ତି ଯୋଦ୍ଧା ସାଗର ଧନଖରଙ୍କ ହତ୍ୟା ମାମଲାରେ ସୁଶୀଲଙ୍କୁ ଗିରଫ କରାଯାଇଛି। ମେ ୪ ରାତିରେ ସାଗର ଧନଖରଙ୍କ ହତ୍ୟା ପରେ ସୁଶୀଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡୁଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇ ନ ଥିଲେ। ଜେଲ ସୂତ୍ରରୁ ଜଣାପଡିଛି ଯେ ସୁଶୀଲ ଜେଲରୁ ତାଙ୍କ ଘର ସହ କଥା ହେବାବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ତେବେ ସୁଶୀଲ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଚାଲିଥିବା ବାର୍ତ୍ତାଳାପ ସମୟରେ ସୁଶୀଲ ପରିବାର ସଦସ୍ୟଙ୍କ ବିଷୟରେ ପଚାରିଥିଲେ। ଜେଲ ଅଧିକାରୀ କହିଛନ୍ତି ଯେ କରୋନା ମହାମାରୀ ହେତୁ ବନ୍ଦୀମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ବନ୍ଦୀମାନଙ୍କୁ ସପ୍ତାହରେ ଦୁଇଥର ଫୋନ ଯୋଗେ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଛି। ଗୁରୁବାର ନିୟମ ଅନୁଯାୟୀ ସୁଶୀଲଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କରାଯାଇଥିଲା।
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ହାପେନ୍ଡହ୍ବାଟ୍...
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...
ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍ ପଡିଲେ
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଟିମ ଇଣ୍ଡିଆ ଏକାଦଶ ଘୋଷଣା କରିଛି। ଭାରତୀୟ ଦଳ ଦୁଇଟି ସ୍ପିନରଙ୍କ ସହ ସାଉଥମ୍ପଟନରେ ଅବତରଣ କରିବେ।...
ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି
ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...


