କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ। ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଆପଣ ଚାହିଁଲେ ବି ଲାଞ୍ଜଟିଏ ପାଇପାରିବେ। ‘ମି ଟେଲ୍’ ନାମକ ଏକ କମ୍ପାନୀ ତିଆରି କରିଛି ମଣିଷଙ୍କ ପାଇଁ ଲାଞ୍ଜ। ଏହି ଲାଞ୍ଜ ଏମିତି ସେମିତି ନୁହେଁ। ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ ସ୍ମାର୍ଟଫୋନ୍ କମାଣ୍ଡ ଜରିଆରେ ହଲାଇପାରିବେ। ଏହା ଏକ ଆନିମାଟ୍ରୋନିକ୍ ଲାଞ୍ଜ। ଉକ୍ତ ଲାଞ୍ଜ ଦେଖିବାକୁ ସତସତିକା ଲାଗେ। ଏହି ଲାଞ୍ଜରେ ଏକ ରିମୁଭେବଲ୍ କଭର୍, ଫାଷ୍ଟ ୟୁଏସ୍ବି ସି-ଚାର୍ଜିଂ ଅଛି। ତା’ସହ ଏହା ପାଓ୍ବାରବ୍ୟାଙ୍କ ଦ୍ୱାରା ବି ଚାର୍ଜ ହୋଇପାରେ। ଯଦ୍ୱାରା ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଆରାମରେ ବ୍ୟବହାର କରିପାରିବେ। ଏଥିରେ ନୂଆ ପ୍ରକାରର ଡି କ୍ଲିପ୍ ଲଗାଯାଇଛି। ଫଳରେ ବେଶ୍ ସହଜରେ ଗୋଟିଏ ହାତରେ ଲାଞ୍ଜ ଲଗେଇ ହେବ। ଏହି ଲାଞ୍ଜ ବହୁତ ହାଲ୍କା। ଏହା ଏକ ଆପ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହାବାଦ୍ ଏଥିରେ ନୋ ଫୋନ୍ ମୋଡ୍ ବି ଅଛି; ଯଦ୍ଦ୍ବରା ଲାଞ୍ଜ ବିନା ଆପ୍ରେ ବି ଆକ୍ଟିଭେଟ୍ ହେବାର ୬୦ ସେକେଣ୍ଡ ପରେ ଆପେ ହଲିଥାଏ। ଫଳରେ ଲାଞ୍ଜ ସତସତିକା ପରି ଲାଗେ।
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ସାବଧାନ ! ମିଛ ହ୍ବାଟସ୍ଆପ୍ ମେସେଜ୍ରେ ମୋବାଇଲ୍ରେ ଭାଇରସ୍ ପ୍ରବେଶ ଆଶଙ୍କା…
ନୂଆଦିଲ୍ଲୀ,୩।୬: ସମ୍ପ୍ରତି ଏକ ମିଛ ହ୍ବାଟସ୍ଆପ୍ ମେସେଜ୍ ମୋବାଇଲ୍ ୟୁଜରଙ୍କ ପାଖକୁ ଅସୁଛି। ଭାରତ ସରକାର ୧୦ କୋଟି ମୋବାଇଲ ୟୁଜରଙ୍କୁ ୩ ମାସର ମାଗଣା...
ବିବାହ ମଣ୍ଡପରେ ଭିଣୋଇଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଲେ ଶାଳୀ, ଭିଡିଓ ଭାଇରାଲ ପରେ…
ଏକ ବିବାହ ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାନ ଭଉଣୀ ଅର୍ଥାତ୍ ଶାଳୀ ଚୁମ୍ବନ ଦେବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ବିବାହ...
ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ
ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ...
ମାତ୍ର ୨୮ ଘଣ୍ଟାରେ ତିଆରି ହେଲା ୧୦ ମହଲା କୋଠା
ଯେତେବେଳେ ବଡ଼ ବିଲ୍ଡିଂର କଥା ଆସେ ତେବେ ଘର କେମିତି ହେବା ଦରକାର କେତେ ସମୟ ଲାଗିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମାତ୍ର ଚାଇନାର...
ଶେଷରେ କ୍ଷମା ମାଗିଲା ଗୁଗଲ୍, ଜାଣନ୍ତୁ କାହିଁକି
ଗୁଗଲ୍ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା...


