ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍ ନଷ୍ଟ ହେବା ଏବଂ ଟିକାଦାନରେ ଅବହେଳା କରାଯାଉଥିବା କେତେକ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଲଳିତପୁରରେ ଜଣେ ଯୁବକଙ୍କୁ ୫ ମିନିଟ୍ ମଧ୍ୟରେ ଟିକାର ୨ଟି ଡୋଜ୍ ଦିଆଯାଇଛି। ନର୍ସିଂ ଷ୍ଟାଫ୍ ନିଜ ନିଜ ମଧ୍ୟରେ ଗପୁଗପୁ ଅନ୍ୟମନସ୍କରେ ଏଭଳି କରିଛନ୍ତି। ଯୁବକଙ୍କୁ ୨ ଡୋଜ୍ ଟିକା ଦିଆଯିବା ସମ୍ପର୍କରେ ନର୍ସିଂ ଷ୍ଟାପ୍ ଜାଣିଥିଲେ ମଧ୍ୟ ଯୁବକ ଜାଣି ନ ଥିଲେ। ଫଳରେ ସମ୍ପୃକ୍ତ ଯୁବକ ଘରକୁ ଫେରି ଗୁରୁତର ହୋଇପଡ଼ିଛନ୍ତି। ରାଓ୍ବରପୁରା ଟିକାଦାନ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ସମ୍ପର୍କରେ ସିଏମ୍ଓଙ୍କୁ ଅବଗତ କରାଯିବା ସହିତ ଏହାର ଯାଞ୍ଚ୍ ଜାରି ରହିଛି। ସମ୍ପୃକ୍ତ ନର୍ସିଂ ଷ୍ଟାଫ୍ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ସିଏମ୍ଓ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
Posted inକରୋନା ଭାଇରସ୍, ଜାତୀୟ View All
ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…
ବିକାନେର୍,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...
ବିଶ୍ୱର ଅନେକ ବଡ଼ ବଡ଼ ଓ୍ବେବ୍ସାଇଟ୍ ଠପ୍
ନୂଆଦିଲ୍ଲୀ,୮।୬: ସାରା ବିଶ୍ୱରେ ଅନେକ ବଡ ବଡ ଓ୍ବେବସାଇଟ୍ ଡାଉନ୍ ହୋଇଯାଇଛି। ଏଥିରେ ରେଡିଟ୍, ଟ୍ବିଚ୍ ଏବଂ ସିଏନଏନ ଭଳି ବଡ ଅନ୍ତର୍ଜାତୀୟ ଚ୍ୟାନେଲ୍ର ଓ୍ବେବ୍ସାଇଟ୍...
ଏଏପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ଆଇଜି କୁଓ୍ବଁର
ଅମୃତସର,୨୧।୬: ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ପଞ୍ଜାବର ପୂର୍ବତନ...
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ...
ଏନ୍ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...
ସାବରମତି ନଦୀରେ କୋଭିଡ-୧୯ ଭାଇରସ୍
ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...
ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ
ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ...
ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ
କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ...


