ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍ ନଷ୍ଟ ହେବା ଏବଂ ଟିକାଦାନରେ ଅବହେଳା କରାଯାଉଥିବା କେତେକ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଲଳିତପୁରରେ ଜଣେ ଯୁବକଙ୍କୁ ୫ ମିନିଟ୍ ମଧ୍ୟରେ ଟିକାର ୨ଟି ଡୋଜ୍ ଦିଆଯାଇଛି। ନର୍ସିଂ ଷ୍ଟାଫ୍ ନିଜ ନିଜ ମଧ୍ୟରେ ଗପୁଗପୁ ଅନ୍ୟମନସ୍କରେ ଏଭଳି କରିଛନ୍ତି। ଯୁବକଙ୍କୁ ୨ ଡୋଜ୍ ଟିକା ଦିଆଯିବା ସମ୍ପର୍କରେ ନର୍ସିଂ ଷ୍ଟାପ୍ ଜାଣିଥିଲେ ମଧ୍ୟ ଯୁବକ ଜାଣି ନ ଥିଲେ। ଫଳରେ ସମ୍ପୃକ୍ତ ଯୁବକ ଘରକୁ ଫେରି ଗୁରୁତର ହୋଇପଡ଼ିଛନ୍ତି। ରାଓ୍ବରପୁରା ଟିକାଦାନ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ସମ୍ପର୍କରେ ସିଏମ୍ଓଙ୍କୁ ଅବଗତ କରାଯିବା ସହିତ ଏହାର ଯାଞ୍ଚ୍ ଜାରି ରହିଛି। ସମ୍ପୃକ୍ତ ନର୍ସିଂ ଷ୍ଟାଫ୍ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ସିଏମ୍ଓ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
Posted inକରୋନା ଭାଇରସ୍, ଜାତୀୟ View All
ଇନ୍ଦୋରରେ ଗ୍ରୀନ୍ ଫଙ୍ଗସ୍
ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ପଙ୍ଗସ୍ ଲକ୍ଷଣ...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ବଲିଉଡ୍ ଅଭିନେତାଙ୍କ ଘରୁ ଚୋରି
ମୁମ୍ବାଇ, ୧।୬: ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ...
କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର
କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ...
ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସିଏମ୍ଆର୍ଏଫ୍)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...


