ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଶ୍ରେଣୀରେ ବସିଥିଲେ ଏହା ଦେଖି ଶିକ୍ଷୟିତ୍ରୀ ଜଣକ ଈର୍ଷାରେ ଜଳିଗଲେ। ସେ ଛାତ୍ରଙ୍କ ମୁଣ୍ଡକୁ କଇଁଚି ଫିଙ୍ଗିଥିଲେ। ଖାଲି ଏତିକି ନୁହେଁ ପୂର୍ବରୁ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ମାମଲା ସେତେବେଳେ ଖୁଲାସା ହେଲା ଯେତେବେଳେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଥିଲା।
ଟେକ୍ସାସର ସିଇ କିଙ୍ଗ୍ ହାଇସ୍କୁଲର ଶିକ୍ଷୟିତ୍ରୀ କ୍ୟାଟ୍ରିନା ମେକ୍ସଓ୍ବେଲ ତାଙ୍କର ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ପ୍ରତି ଶିକ୍ଷୟିତ୍ରୀଙ୍କ ଏପରି ବ୍ୟବହାର ଦେଖି ଅନ୍ୟ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଛାତ୍ର ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ କେଉଁଠି ବସିଲେ, ହସିଲେ କିମ୍ବା ବୁଲାବୁଲି କଲେ ଶିକ୍ଷୟିତ୍ରୀ ଆଦୌ ସହି ପାରୁ ନ ଥିଲେ। ଦିନେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ କ୍ଲାସରେ ବସି ଗପୁଥିବା ଦେଖିଥିଲେ ଶିକ୍ଷୟିତ୍ରୀ। ଏଥିରେ ସେ ରାଗିଯାଇ ଛାତ୍ରଙ୍କ ଉପରୁ ଏକ କଇଁଚି ଫିଙ୍ଗିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏନେଇ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.