ନିମାପଡ଼ା, ୪ା୬(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା ବାଣ ସବୁ ବିସ୍ଫୋରଣ ଘଟି ୫ବଖରା ଗୃହ ଓ ପାଚେରି ଭାଙ୍ଗିରୁଜି ଧୂଳିସାତ ହୋଇଯାଇଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍ରେ ହୋଇଥିଲା ଯେ ଚାରିଛକ ବଜାର, ମେଡିକାଲ ଛକ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ବ୍ୟବସାୟୀ, ସ୍ଥାନୀୟ ଲୋକମାନେ ଦୋକାନ ଘର ଛାଡ଼ି ଭୟଭୀତ ହୋଇ ଯିଏ ଯେଉଁଠି ପାଇଲେ ଦୌଡ଼ିଥିଲେ। ବିସ୍ଫୋରଣ ଯୋଗୁ ଚାରିଛକ ଅଞ୍ଚଳ କିଛି ସମୟ ଧୂଅଁାମୟ ହୋଇ ଉଠିଥିବାବେଳେ ଏହାର ଶବ୍ଦ ପ୍ରାୟ ୨ କିଲୋମିଟର ଯାଏଁ ଶୁଣାଯାଇଥିଲା। ବାଣଗୋଦାମ ନିକଟରେ ଥିବା କେତେଜଣ ବ୍ୟକ୍ତିଙ୍କ ଘରର କବାଟ, କାଚ ଝରକା ଆଦି ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଯାଇଛି। ଖବରପାଇ ନିମାପଡ଼ା, ନିଆଳି, ଗୋପ ଅଞ୍ଚଳର ୩ଟି ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ୬ଟି ଦମକଳ ସହ ବିସ୍ଫୋରଣ ସ୍ଥଳରେ ପହଞ୍ଚତ୍ ଦୀର୍ଘ ୨ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅଁାକୁ ଆୟତ୍ତ କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଚ୍ଛିତ ବାଣ, ବାରୁଦ, ବାଣ ତିଆରି ସାମଗ୍ରୀ ଆଦି ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ କାମ କରୁଥିବା ୪ଜଣ କର୍ମଚାରୀ ବାହାରକୁ ଚାଲିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି ଦାୟିତ୍ୱରେ ଥିବା ଗୋପ ଥାନା ଆଇଆଇସି ଉପେନ୍ଦ୍ର ନାୟକ, ନିମାପଡ଼ା ଥାନା ଏସ୍ଆଇ ପି.କେ.ଜୁଝାର ସିଂ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣ ପରେ ବାଣ ଗୋଦାମର ମାଲିକ, କାର୍ଯ୍ୟରତ କର୍ମଚାରୀମାନେ ଗୋଦାମ ଛାଡ଼ି ଫେରାର ହୋଇଯାଇଛନ୍ତି। ପରେ ଚାରିଛକ ଫାଣ୍ଡି ଅଧିକାରୀଙ୍କ ଅଭିଯୋଗକ୍ରମେ ନିମାପଡ଼ା ଥାନାରେ ଏହି ବାଣ ଗୋଦାମ ମାଲିକଙ୍କ ବିରୋଧରେ ଏକ ମାମଲା(ନଂ.୧୯୭/୨୧) ରୁଜୁ କରାଯାଇଥିବା ଏସ୍ଡିପିଓ ମିଶ୍ର କହିଛନ୍ତି।
Posted inଆମ ଜିଲା ଖବର, ପୁରୀ View All
ବଜ୍ରପାତରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ମହାକାଳପଡା,୨।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକର ମହାନଦୀର ବରଜ ବାହାକୁଦଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଧରୁଥିବା ବେଳେ ବ୍ରଜପାତ ଘଟିବାରୁ ଜଣେ ମତ୍ସ୍ୟଜୀବୀଙ୍କ...
ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍ପିସିବି ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର...
ପଥର ଅଭାବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ
ପୁରୀ ଅଫିସ,୯।୬:କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ...
ଗ୍ରାହକ ସାଜି ନେଇଗଲେ ସୁନା ହାର
ସୋର,୨୫।୬: ବାଲେଶ୍ୱର ଜିଲା ସୋର ଥାନା ବଡ଼ଖୁରି ଛକରେ ଥିବା ଏକ ଜୁଏଲାରୀ ଦୋକାନରୁ ସୁନା ଅଳଙ୍କାର ଲୁଟ ହୋଇଛି । ଗ୍ରାହକ ବେଶରେ ଆସି...
କାର୍-ବାଇକ୍ ମୁହାଁମୁହିଁ ଧକ୍କା: ୨ ଗୁରୁତର
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି।...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...
ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ଅନିୟମିତତା
ଚଣ୍ଡିଖୋଲ,୧୧।୬(ଡି.ଏନ୍.ଏ.): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ-୨ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍ଡିଭିଜନ ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତାରେ ବ୍ୟାପକ ଅନିୟମିତତା ହୋଇଛି। ଏଣୁ ଗୋଟିଏ...


