ଡବ୍ଲ୍ୟୁଡବ୍ଲ୍ୟୁଇରେ ଯେତେବେଳେ ଭାରତୀୟ ରେସଲରଙ୍କ କଥା ଆଲୋଚନା ହୁଏ ସେତେବେଳେ ନିଶ୍ଚିତ ଗ୍ରେଟ୍ ଖଲିଙ୍କ ନାଁ ଆଗକୁ ଆସେ। ତାଙ୍କର ଅସଲ ନାଁ ଦିଲୀପ ସିଂ ରାଣା। ଖଲିଙ୍କର ଭାରତରେ ଲକ୍ଷ ଲକ୍ଷ ଫଲୋଅର୍ସ।
ଦ ଗ୍ରେଟ୍ ଖଲି ଇନ୍ଷ୍ଟାଗ୍ରାମରେ କିଛି ନା କିଛି ଭିନ୍ନ ଧରଣର ପୋଷ୍ଟ କରିଥାନ୍ତି। ଏହା ସହିତ ନିଜର ଦିନଚର୍ଯ୍ୟା ବି ଶେୟାର କରିଥାନ୍ତି। ଏବେ ଏକ ପୋଷ୍ଟ ଶେୟାର କରିଛନ୍ତି ଯାହା ଖୁବ୍ ଚର୍ଚ୍ଚା ହେଉଛି। ଏମିତିକି ଖଲିଙ୍କ ଫଟୋ କି ଭିଡିଓ ପୋଷ୍ଟ ହେବାର ମାତ୍ର କିଛିକ୍ଷଣ ମଧ୍ୟରେ ଏହା ତୀବ୍ର ବେଗରେ ଭାଇରାଲ ହୋଇଥାଏ।
ଖଲି ଏବେ ଯେଉଁ ଭିଡିଓ ଶେୟାର କରିଛନ୍ତି, ଏଥିରେ ସେ ଜଣେ ବାଳକଙ୍କ କେଶ କାଟୁଥିବା ନଜର ଆସିଛନ୍ତି। ଭିନ୍ନ ଷ୍ଟାଇଲ୍ରେ ସେ କେଶ କାଟୁଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଜଣେ ୟୁଜର ଲେଖିଛନ୍ତି, ତାଙ୍କ କେଶକୁ ବାଥ୍ରୁମ୍ ବ୍ରଶ ତିଆରି କରିଦିଅ। ଆଉ ଜଣେ ୟୁଜର ଲେଖିଛନ୍ତି, ଫୁଙ୍କି କି ଲଣ୍ଡା କରିଦିଅ।
ହିମାଚଳ ପ୍ରଦେଶରେ ରହୁଥିବା ଖଲି କେବଳ ନିଜର ବିଶାଳ ଚେହେରାକୁ ନେଇ ବେଶ୍ ପ୍ରସିଦ୍ଧ। ଡବ୍ଲ୍ୟୁଡବ୍ଲ୍ୟୁଇର ରିଙ୍ଗଠାରୁ ଖଲି ବର୍ତ୍ତମାନ ଦୂରେଇ ରହୁଥିଲେ ହେଁ ତାଙ୍କ ଫ୍ୟାନ୍ ଫଲୋଅର୍ସଙ୍କ ସଂଖ୍ୟା କମ୍ ନାହିଁ। ଖାଲି ସୋସିଆଲ ମିଡିଆ ନୁହେଁ ସେ ସବୁବେଳେ ଲୋକଙ୍କ ହୃଦୟରେ ରହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.