ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଫଟୋରେ ବର କନ୍ୟାଙ୍କ ପାଦ ଛୁଇଁ ଥିବାର ଦେଖାଯାଇଛି। ଏହି ଭାଇରାଲ ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟୁଇଟର୍ରେ ଭାଇରାଲ ହୋଇଥିବା ଏହି ଫଟୋକୁ ଡା. ଅଜିତ ଭରଓ୍ବାଣ୍ଡକର ତାଙ୍କ ଅଫିସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରିବା ସହିତ ସେ ଏକ ହୃଦୟସ୍ପର୍ଶୀ କ୍ୟାପଶନ ଲେଖିଛନ୍ତି। ସେ ଲେଖିଛନ୍ତି, ବିବାହ କାର୍ଯ୍ୟକ୍ରମ ଶେଷ ହେବାପରେ, ବର କନ୍ୟାଙ୍କ ପାଦତଳେ ମୁଣ୍ଡ ନୁଆଁଇଥିଲେ। ଏହାଦେଖି ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଘରଲୋକ ସ୍ତବ୍ଧ ହୋଇଯାଇଥିଲେ।
ଫଟୋ ଭାଇରାଲ ହେଲାପରେ, ସେ ବର ତରଫରୁ ପ୍ରତିକ୍ରିୟାରେ ଲେଖିଥିଲେ, ସେ ମୋର ବଂଶକୁ ଆଗକୁ ବଢାଇବ, ସେ ମୋ ଘରର ଲକ୍ଷ୍ମୀ। ମୋ ମାତାପିତାଙ୍କୁ ସମ୍ମାନ କରିବ ଏବଂ ସେବା କରିବ। ମୋତେ ପିତା ହେବାର ସୌଭାଗ୍ୟ ଦେବ। ପ୍ରସବ ସମୟରେ ମୃତ୍ୟୁମୁଖରେ ଥାଇ ମୋ ପିଲା ଜନ୍ମ ଦେବ। ସେ ମୋ ଘରର ମୂଳଦୁଆ। ତା’ର ଆଚରଣ ଦ୍ୱାରା ସମାଜରେ ମୋର ପରିଚୟ ସୃଷ୍ଟି ହେବ। ମାତାପିତାଙ୍କୁ ଛାଡି ସେ ମୋ ପାଇଁ ଏଠାକୁ ଆସିଛି। ସେ ପ୍ରିୟଜନଙ୍କ ସହ ସମ୍ପର୍କ ଭାଙ୍ଗି ମୋ ସହିତ ସମ୍ପର୍କ ଯୋଡିଛନ୍ତି।
ଶେଷରେ, ଡକ୍ଟର ଅଜିତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ସେ ଏସବୁ କରିପାରିବେ, ତାଙ୍କୁ ଆମେ ଟିକିଏ ସମ୍ମାନ ମଧ୍ୟ ଦେଇ ପାରିବୁ ନାହିଁ? ଯଦି ମହିଳାମାନଙ୍କ ପାଦ ଛୁଇଁବା ହାସ୍ୟାସ୍ପଦ, ତେବେ ମୋତେ ସମାଜର ଚିନ୍ତା କରିବା ଆବଶ୍ୟକ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.