ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬ କି.ମି. ଦୂର ଭଦ୍ରକ ରାସ୍ତାରେ ଠିକାସଂସ୍ଥା ଡିବିଏଲ୍ ଦ୍ୱାରା ନିର୍ମାଣାଧୀନ ଏହି ବ୍ରିଜ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଭୁଶୁଡ଼ି ପଡ଼ିଥିବା ବିିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ବାଲେଶ୍ୱର ଡିଭିଜନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ୬ ଲେନ୍ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ଡିବିଏଲ ସଂସ୍ଥା ଦ୍ୱାରା ହେଉଥିଲେ ହେଁ କେତେଜଣ ପେଟି କଣ୍ଟ୍ରାକ୍ଟର ଏହାକୁ ସମ୍ପାଦନ କରୁଥିବା କୁହାଯାଉଛି। ଏହାସହ ବାଲେଶ୍ୱର ଏନ୍ଏଚ୍ଏଆଇ ଡିଭିଜନ କର୍ତ୍ତୃପକ୍ଷ ନିରୀକ୍ଷଣ କରିବାକୁ ଆସୁନାହାନ୍ତି। ଫଳରେ ଠିକାସଂସ୍ଥା ଆବଶ୍ୟକ ପରିମାଣ ଓ ଉଚ୍ଚମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରୁ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ମାସ ହେବ ଏହି ବ୍ରିଜ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁର୍ଘଟଣା ସମୟରେ ବ୍ରିଜ ତଳେ କେହି କର୍ମଚାରୀ କିମ୍ବା ଶ୍ରମିକ ନ ଥିଲେ। ସେମାନେ ଉପରେ ଛାତ କାର୍ଯ୍ୟ କରୁଥିଲେ। ବ୍ରିଜ ଭୁଶୁଡ଼ିବା ଜାଣିପାରି ସେମାନେ ଦୂରକୁ ପଳାଇ ଯାଇଥିଲେ ବୋଲି ସୂଚନା ମିଳିଛି। ଏନେଇ ବ୍ରଜନଗର ବାସିନ୍ଦା ଶରତ ଚନ୍ଦ୍ର ବିଶ୍ୱାଳ କୁହନ୍ତି, ବ୍ରିଜ ତଳେ ଦୀର୍ଘଦିନ ହେଲା ପାଣି ଜମା ହୋଇ ରହିଥିଲା। ଫଳରେ ପିଲରରେ ଲାଗିଥିବା ପାଇପଗୁଡିକ ନଷ୍ଟ ହୋଇଯାଇଥିଲା। ଛାତ ପଡ଼ିବାରୁ ଭାର ସମ୍ଭାଳି ନ ପାରି ଭୁଶୁଡିପଡ଼ିଛି। ଏନେଇ ବାଲେଶ୍ୱର ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍ ଗ୍ରହଣ କରି ନ ଥିଲେ।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ
ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି।...
ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୬ ଜୀବନ
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ରାସ୍ତା ଅବରୋଧ କଲେ ଚାଷୀ
କଣ୍ଟାମାଳ,୧୭ା୬(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...
ଭିଡ଼ କଲେ, ବୋହିନେଲେ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ସିବିଏସ୍ଇ, ସିଆଇଏସ୍ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ୍ ସାର୍ଟିଫିକେଟ୍ ଏଜୁକେଶନ (ସିଆଇଏସ୍ସିଇ)ର ଦ୍ୱାଦଶ ବୋର୍ଡ...
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ୧୦ ଆହତ
ସୋର,୧୭ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନସ୍ଥ ଆଟପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ...


