ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ବାତ୍ୟା ‘ୟାସ୍’ ଅନେକ କ୍ଷତି ଘଟାଇଥିଲା। ଏହି ବାତ୍ୟାରେ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟରର ପିଚ୍ଛା ୬୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଦିଆଯିବ। ବାରମାସି ଫସଲ ଜମି ପାଇଁ ହେକ୍ଟର ପିଛା ୧୮୦୦୦ ଟଙ୍କା ମିଳିବ ଓ ସର୍ବନିମ୍ନ ଚାଷୀଙ୍କୁ ୨୦୦୦ ଏବଂ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଲେଖାଏ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଗାଈ ଏବଂ ମଇଁଷି ଚାଷୀଙ୍କୁ ୩୦୦୦୦ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨...
ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଚଳିତ ବର୍ଷ ୟୁଜି/ପିଜି ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଶନିବାର ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
୨୨ ଜିଲାରେ ହେବ ୧୮ରୁ ୪୪ବର୍ଗଙ୍କ ଟିକାକରଣ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ...


