ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ ବସିଥିବା ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଆର୍ଆର୍ ଆଇଟି କଲୋନୀ(ଇବ ନଗର)ର ବାସିନ୍ଦା ରଞ୍ଜନ କୁମାର ସାହୁ(୫୫)। ରାଜଗଙ୍ଗପୁରରୁ ରଞ୍ଜନ ତାଙ୍କର ସ୍ତ୍ରୀ, ଏକ ମାତ୍ର ଝିଅ ଓ ଅନ୍ୟ ଜଣେ ପଡୋଶୀଙ୍କ ସହ ଏକ କାର(ନଂ.ଓଡି୨୩ଏମ୍-୦୮୮୮) ଯୋଗେ ସୁନ୍ଦରଗଡ଼ ଆସୁ ଥିଲେ। ହେଲେ କରମ ଡିହି ପେଟ୍ରୋଲ ପମ୍ପ ନିକଟରେ କାର୍ ସମ୍ମୁଖକୁ ଏକ ଗାଈ ହଠାତ ଚାଲି ଆସିଥିଲା। ଫଳରେ କାର୍ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ କାର୍ ଭିତରୁ ସମସ୍ତଙ୍କୁ ବାହାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ କାରରେ ଆହତଙ୍କୁ ଏକ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ରଞ୍ଜନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ
ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି...
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...
ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ
ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର...
ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ
ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...
ମହାକାଶ ଯିବ ଓଡ଼ିଆ ଛାତ୍ରଙ୍କ ପ୍ରକଳ୍ପ
ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍ଆର୍-୭ ରକେଟ୍ ଉତ୍କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ...
ମାମୁ ଘରେ ରହିବେ ଅନାଥ ଭଉଣୀ ଭାଇ: ମିଳିବ ସରକାରୀ ସୁବିଧା
ଝାରସୁଗୁଡା ଅଫିସ୍,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି।...


