ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ ବସିଥିବା ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଆର୍ଆର୍ ଆଇଟି କଲୋନୀ(ଇବ ନଗର)ର ବାସିନ୍ଦା ରଞ୍ଜନ କୁମାର ସାହୁ(୫୫)। ରାଜଗଙ୍ଗପୁରରୁ ରଞ୍ଜନ ତାଙ୍କର ସ୍ତ୍ରୀ, ଏକ ମାତ୍ର ଝିଅ ଓ ଅନ୍ୟ ଜଣେ ପଡୋଶୀଙ୍କ ସହ ଏକ କାର(ନଂ.ଓଡି୨୩ଏମ୍-୦୮୮୮) ଯୋଗେ ସୁନ୍ଦରଗଡ଼ ଆସୁ ଥିଲେ। ହେଲେ କରମ ଡିହି ପେଟ୍ରୋଲ ପମ୍ପ ନିକଟରେ କାର୍ ସମ୍ମୁଖକୁ ଏକ ଗାଈ ହଠାତ ଚାଲି ଆସିଥିଲା। ଫଳରେ କାର୍ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ କାର୍ ଭିତରୁ ସମସ୍ତଙ୍କୁ ବାହାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ କାରରେ ଆହତଙ୍କୁ ଏକ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ରଞ୍ଜନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ
ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...
୨ ବିଭାଗର ଅବହେଳାରୁ ଦନ୍ତା ମୃତ
ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧...
ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା
ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା...
ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ
ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...
ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ,୨।୬: ମୟୂରଭଞ୍ଜ ଜିଲା ବାଙ୍କିଶୋଳସ୍ଥିତ ଏକ କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ କେନ୍ଦ୍ରମନ୍ତ୍ରୀ...
ଜ୍ୱାଇଁଙ୍କ ମୁଣ୍ଡ କାଟି ଦେଇଥିଲେ ଶ୍ୱଶୁର
ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ...
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...


