କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍ସି)। ସିଏମ୍ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ ଫିଟନେସ୍ ସାର୍ଟିଫିକେଟ ବିନା ଚାଲୁଛି। ଏପରି କି ଉକ୍ତ ଗାଡ଼ିର ପ୍ରପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିଫିକେଟ ମଧ୍ୟ ନାହିଁ। ଫଳରେ ପ୍ରଚୁର ମାତ୍ରାରେ ଧୂଆଁ ବାହାରି ପରିବେଶକୁ ଦୂଷିତ କରୁଛି। ଏନେଇ ସିଏମ୍ସି ସହକାରୀ ଯନ୍ତ୍ରୀ ଶ୍ରବଣ କୁମାର ମହାନ୍ତିଙ୍କୁ ପଚାରିବାରୁ କୋଭିଡ୍ କାରଣରୁ ଶ୍ମଶାନକୁ ମୃତଦେହ ନେବା ପାଇଁ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ଉକ୍ତ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଉଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।
ଏମ୍-ପରିବହନ ଆପ୍ରୁ ମିଳିଥିବା ସୂଚନାଅନୁଯାୟୀ ସିଏମ୍ସିରେ ବ୍ୟବହାର ହେଉଥିବା ଟାଟା ୱିଙ୍ଗର ଆମ୍ବୁଲାନ୍ସ(ଓଆର୍୦୫-ଏଏଲ୍-୭୪୨୦) ୨୦୧୦ ସେପ୍ଟେମ୍ବର ୨୫ରେ ପଞ୍ଜୀକୃତ ହୋଇଥିଲା। ଉକ୍ତ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ ୨୦୧୨ ସେପ୍ଟେମ୍ବର ୨୩ରୁ ଶେଷ ହୋଇଥିବାବେଳେ ପିୟୁସି ସାର୍ଟିଫିକେଟ ମଧ୍ୟ ନାହିଁ। ପରିବହନ ବିଭାଗର ନିୟମକୁ ଅବମାନନା କରି ସହରରେ ଉକ୍ତ ଆମ୍ବୁଲାନ୍ସ ବେଧଡ଼କ ଚଳାଚଳ କରୁଛି। ଗାଡିର ସମ୍ମୁଖ ପାର୍ଶ୍ୱରେ ସ୍ବର୍ଗ ରଥ ଲେଖାଯାଇଥିବାବେଳେ ପଛ ପାଖରେ ଅମ୍ବୁଲାନ୍ସ ଲେଖାଯାଇଛି। ଏସମ୍ବନ୍ଧରେ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଆପଣଙ୍କ ଜରିଆରେ ଏ ବାବଦରେ ଆମେ ଜାଣିବାକୁ ପାଇଲୁ। ଉକ୍ତ ଗାଡ଼ି ସମେତ ସିଏମ୍ସିର ଅନ୍ୟ ସବୁ ଗାଡ଼ିଗୁଡ଼ିକର ଫିଟ୍ନେସ୍, ପଲ୍ୟୁଶନ୍ ସାର୍ଟିଫିକେଟ, ଇନ୍ସ୍ୟୁରାନ୍ସ ଆଦି କାଗଜପତ୍ର ଠିକ୍ କରିବାକୁ ସିଏମ୍ସିକୁ ପତ୍ର ଲେଖିବୁ ବୋଲି କହିଛନ୍ତି। ପରିବହନ ବିଭାଗ ସାଧାରଣ ଲୋକଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚକୁ କଡ଼ାକଡ଼ି କରି ଜରିମାନା ଆଦାୟ କରୁଥିବାବେଳେ ସିଏମ୍ସି ପ୍ରତି ଏତେ ନରମ ମନୋଭାବ କାହିଁକି ପୋଷଣ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.