ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ ପରିବାର ସହ ଯୋଗ ଦେଇଛନ୍ତି। ପରିବାରରେ ନାହିଁ ନ ଥିବା ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭାରତରୁ ଫେରିବା ପରେ ୩୮ ଅଷ୍ଟ୍ରେଲୀୟଙ୍କୁ ସ୍ଥାନୀୟ ଏକ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ସଂକ୍ରମଣ ବୃଦ୍ଧି ପାଇଁ ଅଷ୍ଟ୍ରେଲିଆ ସାମୟିକ ଭାରତରୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ଆଇପିଏଲ୍ରେ କରୋନା ସଂକ୍ରମଣ ଦେଖା ଦେବାରୁ ଇଭେଣ୍ଟକୁ ଅଧାରୁ ସସ୍ପେଣ୍ଡ କରାଯିବା ପରେ ଏଥିସହିତ ସମ୍ପୃକ୍ତ ଅଷ୍ଟ୍ରେଲୀୟଙ୍କୁ ମାଳଦ୍ୱୀପ ଦେଇ ସ୍ବଦେଶ ଫେରିବାକୁ ହୋଇଥିଲା। ଆଇପିଏଲ୍ ପାଇଁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲ ପ୍ରଥମ ଭାଗରୁ ସେମାନଙ୍କ ପରିବାରଠାରୁ ଦୂରରେ ରହିଥିଲେ। ସସ୍ପେଣ୍ଡ ଥିବା ବ୍ୟୟବହୁଳ ଆଇପିଏଲ୍ ୟୁଏଇରେ ସେପ୍ଟେମ୍ବର ମଧ୍ୟଭାଗରେ ଆରମ୍ଭ ହେବ। ଫାଷ୍ଟ ବୋଲର ପ୍ୟାଟ୍ କୁମିନ୍ସ ୮ ସପ୍ତାହ ବ୍ୟବଧାନରେ ତାଙ୍କ ଗର୍ଭବତୀ ସ୍ତ୍ରୀ ବେକି ବୋଷ୍ଟନଙ୍କ ସହ ମିଶିଛନ୍ତି। ଏହାର ଏକ ଫଟୋ ସେ ଟୁଇଟରରେ ଅପ୍ଲୋଡ୍ କରିଛନ୍ତି। କୁମିନ୍ସଙ୍କ ବ୍ୟତୀତ ବ୍ୟାଟିଂ ମାଷ୍ଟର ଷ୍ଟିଭ୍ ସ୍ମିଥ୍, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ବିସ୍ଫୋରକ ଓପନର ଡେଭ୍ ଓ୍ବାର୍ନର ପ୍ରମୁଖ ବହୁଦିନ ବ୍ୟବଧାନରେ ସେମାନଙ୍କ ପ୍ରିୟତମାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲୀୟମାନଙ୍କୁ ପଠାଇବା ଲାଗି ବିସିସିଆଇ ତରଫରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟପାଇଁ କ୍ରିକେଟ ଅଷ୍ଟ୍ରେଲିଆର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକ୍ଲେ ଭାରତୀୟ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି।
ଲଜ୍ଜାଜନକ ରେକର୍ଡ: ୪୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ଭାରତୀୟ ଦଳ
୪୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ
ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
ୟୁଏସ୍ ଓପନ ଟେନିସ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି
ନ୍ୟୁୟର୍କ, ୧୮ା୬(ଏପି)- ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। କରୋନା ଭାଇରସ୍ ମହାମାରୀ ଯୋଗୁ ଗତବର୍ଷ...
ରେସଲର ସୁମିତ ଡୋପ୍ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍...


