ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ଏବଂ ଆମେରିକା, ୟୁରୋପ, ଏସିଆ ମହାଦେଶର ଅନେକ ଅଞ୍ଚଳରେ ଆଂଶିକ ଦେଖାଯିବ। ତେବେ ଭାରତରେ କେବଳ ଜମ୍ମୁ-କଶ୍ମୀରର ଖୁବ୍କମ୍ ଅଞ୍ଚଳରେ ୧୦%ରୁ କମ୍ ଆଂଶିକ ଦେଖାଯିବ। କିନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ତାଙ୍କ ସୂଚନାନୁସାରେ, ଭାରତୀୟ ସମୟ ଅପରାହ୍ନ ପ୍ରାୟ ୧ଟା ୪୨ରୁ ପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ରେ ଶେଷ ହେବ। ଅପରାହ୍ନ ୪ଟା ୧୧ରେ ସର୍ବାଧିକ ପରାଗ ଘଟିବ। ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଅଲଗା ହେବ। ଭାରତରେ ପରବର୍ତ୍ତୀ ସୂର୍ଯ୍ୟୋପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ।
ପରାଗକୁ ନେଇ ଡ. ପଟ୍ଟନାୟକ କହିଛନ୍ତି, ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାର ଯଥା ଆଂଶିକ, ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟୋପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। କଦବା କ୍ୱଚିତ୍ ମିଶ୍ରିତ ଅର୍ଥାତ୍ ଏକା ପରାଗରେ ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ। ଚନ୍ଦ୍ର ପୃଥିବୀର ନିକଟତର ଥିଲେ ଆମକୁ ପ୍ରାୟ ୧୨% ବଡ ଦେଖାଯାଏ। ଏହି ସମୟରେ ସୂର୍ଯ୍ୟୋପରାଗ ଘଟିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡାଇ ଦେଇଥାଏ ଓ ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୁଏ। କିନ୍ତୁ ଆମଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦେଖାଯାଏ ଓ ସେହି ଅବସ୍ଥାରେ ପରାଗ ଘଟିଲେ ଛୋଟ ଦେଖାଯାଉଥିବା ଚନ୍ଦ୍ରଟି ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଘୋଡାଇ ପାରେନାହିଁ ଓ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ଦେଖାଯାଏ। ଏହାକୁ ବଳୟ ସୂର୍ଯ୍ୟୋପରାଗ କୁହାଯାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.