କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି।
ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍ ଦେବାର ବ୍ୟବସ୍ଥା ରହିଛି। ମିଲ୍ ଗାଡି ଠିକ୍ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରାର କ୍ରିଷ୍ଣା ରାଓ, ବ୍ରଜବିହାରୀପୁରର ରାଜେଶ ସ୍ବାଇଁଙ୍କ ସମେତ ପ୍ରାୟ ୩୦ଜଣ ବ୍ୟକ୍ତିଙ୍କୁ ଖାଦ୍ୟ ନ ଥିବା କୁହାଯାଇ ଟୋକନ ମିଳି ନ ଥିଲା। ଏଠାରେ ଦୈନିକ ୫୦୦ ମିଲ୍ ଦେବାକୁ ନିର୍ଦ୍ଦେଶ ଥିବାବେଳେ ବାକି ମିଲ୍ କୁଆଡ଼େ ଗଲା ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ଯୋଗାଣକାରୀ ସଂସ୍ଥା କୌଣସି ପଦକ୍ଷେପ ନେଇ ନ ଥିଲେ।
ଅନୁରୂପଭାବେ ଗତ ୧୭ ତାରିଖ ୧୧ଟାବେଳେ ଭୁବନେଶ୍ୱର ମ୍ୟୁଜିୟମ ଛକସ୍ଥିତ ଆହାର କେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଦିନ ୧୧ଟାରେ ଖାଦ୍ୟ ଭ୍ୟାନ ପହଞ୍ଚତ୍ବାପରେ ଖାଦ୍ୟ ଜରିରେ ପ୍ୟାକିଂ ହୋଇଥିଲା। ଏଠାରେ ୩୫୦ ମିଲ୍ ଦେବାର ବ୍ୟବସ୍ଥା ରହିଥିବାବେଳେ ମାତ୍ର ୨୯୫ ମିଲ୍ ଦିଆଯାଇଥିଲା। ଏଠାରେ ୫୦ରୁ ଅଧିକ ମିଲ୍ ଦିଆଯାଇ ନ ଥିଲା। ସେହିପରି ଗତ ୧୬ ତାରିଖ ମଧ୍ୟ ଉକ୍ତ କେନ୍ଦ୍ରରେ ଅଧାରୁ ଖାଦ୍ୟ ସରିଯିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ବଡଗଡ ଥାନା ପୋଲିସ ଆସିବାରୁ ପରିସ୍ଥିତି ଆୟତ୍ତ ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ ଏବେ କଟକର ବିଭିନ୍ନ ଆହାର କେନ୍ଦ୍ରରେ ଦୈନିକ ୩୦୨୦ ଏବଂ ଭୁବନେଶ୍ୱରରେ ୪୦୫୦ ମିଲ୍ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ହେଲେ ବିଭିନ୍ନ ଆହାର କେନ୍ଦ୍ରରେ ନିର୍ଦ୍ଧାରିତ ସଂଖ୍ୟାଠାରୁ କମ୍ ପରିମାଣର ମିଲ୍ ଦିଆଯାଇ ରିହାତି ଟଙ୍କାକୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଆତ୍ମସାତ୍ କରୁଥିବା ଅଭିଯୋଗ ହେଉଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଏନେଇ ଟଚ୍ଷ୍ଟୋନ ଫାଉଣ୍ଡେଶନର ଅପରେଶନ ମ୍ୟାନେଜର ରବୀନ୍ଦ୍ର କୁମାର ଜେନା କହିଛନ୍ତି, ସ୍ଥିରୀକୃତ ବ୍ୟବସ୍ଥା ଅନୁସାରେ କଟକ ଓ ଭୁବନେଶ୍ୱରର ଆହାର କେନ୍ଦ୍ରକୁ ମିଲ୍ ପଠାଯାଉଛି। କମ୍ ସଂଖ୍ୟକ ମିଲ୍ ଯୋଗାଣ ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ କୌଣସି ସୂଚନା ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଯଦି କୌଣସି ଆହାର କେନ୍ଦ୍ରରେ ଧାର୍ଯ୍ୟ କରାଯାଇଥିବା ମିଲ୍ଠାରୁ କମ୍ ଦିଆଯାଉଥିବ, ତାହେଲେ ଏନେଇ ତଦନ୍ତ କରାଯିବ। ତଦନ୍ତରେ ଅନିୟମିତତା ହେଉଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
କୋଭିଡ୍ ପରିଚାଳନା ତ୍ରୁଟିପୂର୍ଣ୍ଣ, ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ: ନିରଞ୍ଜନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ପୃଥିବୀ ଇତିହାସରେ କେବେ ଦେଖାଯାଇ ନ ଥିଲା।...
ଯଥାର୍ଥ ନୁହେଁ, ଭୁଲ୍
ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ...
ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...
ଦ୍ୱିତୀୟ ବିବାହ କରିବେ ବିଧାୟକ ବ୍ୟୋମକେଶ
ଭଦ୍ରକ ଅଫିସ, ୨୩ା୬: ଭଦ୍ରକ ଜିଲାର ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଦ୍ୱିତୀୟ ଥର ପାଇଁ ବିବାହ କରିବେ। ଜୁଲାଇ...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...


