ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମୋ’ ଡିପିଏସ୍ ବେଲ୍ଟ, ଫିଚରିଂ ବିହାରି ମମ୍’। ଛବି ଗୁପ୍ତା ନାମକ ଜଣେ ଯୁବତୀ ଗୁଚିର ଏକ ବେଲ୍ଟ କିଣି ଆଣିଥିଲେ। ସେ ଯେତେବେଳେ ଏହି ବେଲ୍ଟର ଦାମ୍ ତାଙ୍କ ମା’ଙ୍କୁ କହିଲେ, ସେତେବେଳେ ତାଙ୍କ ମା’ ମଜାଳିଆ ପ୍ରତିକ୍ରିୟା ଦେଇଥିଲେ। ସେ କହିଲେ ଏ ତ ଡିପିଏସ୍ ସ୍କୁଲର ପିଲାମାନେ ବାନ୍ଧନ୍ତି। ଛବି ମା’ଙ୍କୁ ବେଲ୍ଟର ଦାମ୍ କହିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କହିଲେ ବଜାରକୁ ଯାଅ ଆଉ ୧୫୦ ଟଙ୍କାରେ ବେଲ୍ଟ କିଣି ଆଣ। ଏହି ବେଲ୍ଟରେ ତୁମକୁ ଏବେ ମାରିବି। ଆଉ ତାଙ୍କ ବିହାରି ସ୍ବରରେ କହୁଥିବା କଥା ଭାଇରାଲ ହେଉଛି। ଛବି ମା’ଙ୍କର ଏପରି ପ୍ରତିକ୍ରିୟା ଦେଖି ହସି ହସି ଗଡୁଛନ୍ତି। ସେ ତାଙ୍କ ମା’ଙ୍କ ପ୍ରତିକ୍ରିୟା ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ଛବି ଲେଖିଛନ୍ତି, ମୁଁ ଯେତେବେଳେ ବି ମୋ’ ମାଙ୍କୁ କିଛି କୁହେ, ସେ ଏମିତି ମଜାଳିଆ ଢଙ୍ଗରେ ଉତ୍ତର ଦିଅନ୍ତି। ଯାହାକୁ ମୁଁ ରେକର୍ଡିଂ କରି ସୋସିଆଲ ମିଡିଆରେ ଶେୟାର କରିଛି। ଛବିଙ୍କ ଏହି ପୋଷ୍ଟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.