ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା କେବେ କଳ୍ପନା କରି ହେବ ନାହିଁ।
ଏକ ରିପୋର୍ଟ ଅନୁଯାୟୀ, ବିବାହ ପରେ ନବଦମ୍ପତି ବହୁତ ଖୁସି ଥିଲେ। ମାତ୍ର ସଂସାର କ’ଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ି ଗଲା। ଚତୁର୍ଥୀ ରାତିରେ ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି ପରିପାରିକୁ ଚାଲିଗଲେ।
ବ୍ରାଜିଲର ଇବ୍ରାଇଟ୍ ସହରରେ ଏମିତି ଦୁଃଖଦ ଘଟଣା ଘଟିଛି। ୧୮ ବର୍ଷୀୟା ଯୁବତୀଙ୍କ ବିବାହ ଜଣେ ୨୯ ବର୍ଷୀୟ ଯୁବକଙ୍କ ସହ ହୋଇଥିଲା। ବିବାହ ପରେ ବେଶ୍ ହସଖୁସିରେ ଦୁହେଁ ଥିଲେ। ପୋଲିସ କହିବାନୁଯାୟୀ, ଚତୁର୍ଥୀ ରାତିରେ ଦେହ ବହୁତ ଅସୁସ୍ଥ ହୋଇପଡ଼ିଲା। ସ୍ବାମୀ ସେତେବେଳ ପର୍ଯ୍ୟନ୍ତ କିଛି ବୁଝିପାରିଲେ ନାହିଁ। କନ୍ୟା ଜଣକ ତଳେ ପଡ଼ିଗଲେ। ଏହା ଦେଖି ସ୍ବାମୀ ଚିନ୍ତାରେ ପଡ଼ିଗଲେ। ସେ ସଙ୍ଗେ ସଙ୍ଗେ ପଡ଼ୋଶୀଙ୍କୁ ଫୋନ୍ କରି ଡାକିଥିଲେ। ପରେ ସ୍ତ୍ରୀଙ୍କୁ ହସ୍ପିଟାଲ ନେବାକୁ ଟ୍ୟାକ୍ସି ଡାକିଥିଲେ। ମାତ୍ର ଟ୍ୟାକ୍ସିଚାଳକ ମନା କରିବାରୁ ସେ ଆଉ ଗୋଟିଏ ଟ୍ୟାକ୍ସି ଡାକିଥିଲେ। ସେ ମଧ୍ୟ ସାହାଯ୍ୟ କରିବାକୁ ମନା କରିଦେଇଥିଲେ। ଜରୁରିକାଳୀନ ସେବା ପାଇଁ ତାଙ୍କ ଘରେ ପାରାମେଡିକ୍ସ ଷ୍ଟାଫ୍ ପହଞ୍ଚିଲେ। ସେତେବେଳେ ତାଙ୍କ ସ୍ତ୍ରୀ ନିଃଶ୍ୱାସ ନେଇପାରୁଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ଆଉ କାଳ ବିଳମ୍ବ ନ କରି ସେ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଗଲେ। ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କର ବ୍ରୋଙ୍କାଇଟ୍ସ ନାମକ ଏକ ରୋଗ ଥିବା ଜଣାପଡ଼ିଥିଲା।
ପୋଲିସ କହିଛି, କନ୍ୟାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ପୋଲିସ ମଧ୍ୟ ଏହି ମୃତ୍ୟୁକୁ ଅକାଳ ମୃତ୍ୟୁ ବୋଲି ସ୍ବୀକାର କରିଛି। ସ୍ତ୍ରୀଙ୍କ ମୃତ୍ୟୁରେ ସ୍ବାମୀ କହିଛନ୍ତି, ମୁଁ କେବେ ଭାବି ନ ଥିଲି ସେ ମୋତେ ଏତେ ଶୀଘ୍ର ଆଉ ଏମିତି ଅବସ୍ଥାରେ ଛାଡ଼ି ଚାଲିଯିବେ ବୋଲି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.