E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ଜାତୀୟତାବାଦର ପଥପ୍ରଦର୍ଶକ-ଶ୍ୟାମାପ୍ରସାଦ
8:42 amJune 23, 2021

ସ୍ବାଧୀନତା ପରଠାରୁ ଭାରତୀୟ ଜାତୀୟତାବାଦର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ଼ ରାଜନୈତିକ ବିକଳ୍ପର ବୀଜବପନ କରିବାରେ ଯାହାଙ୍କ ନାମ ସର୍ବାଗ୍ରେ ଆସେ, ସେ ହେଉଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ। ସ୍ବାଧୀନତା ପରେ ଯଦିଓ ସେ ଦୀର୍ଘସମୟ ବଞ୍ଚତ୍ ରହି ନ ଥିଲେ, ତଥାପି ତାଙ୍କ ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ଚିହ୍ନ ଛାଡ଼ିଯାଇଛି।
ଶ୍ୟାମାପ୍ରସାଦ ଜମ୍ମୁ ଓ କଶ୍ମୀରର ବାସ୍ତବ ସମସ୍ୟା ଭଲ ଭାବେ ହୃଦୟଙ୍ଗମ କରିବା ସହ ତାହାର ସମାଧାନ ଦିଗରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ବଙ୍ଗ ବିଭାଜନ ବେଳେ ଭାରତର ସ୍ବାର୍ଥ ଓ ଅଧିକାର ସୁରକ୍ଷା ପାଇଁ ସେ ଥିଲେ ଜଣେ ସଫଳ ସଂଗ୍ରାମର ଧ୍ୱଜାଧାରୀ। ସ୍ବାଧୀନତା ପରବର୍ତ୍ତୀ କାଳରେ କଂଗ୍ରେସ ବିଦେଶୀ ଚିନ୍ତାଧାରା ଓ ତତ୍ତ୍ୱକୁ ଆମଦାନୀ କରି ଦେଶ ଉପରେ ଲଦି ଦେବାକୁ ଯେଉଁ ପ୍ରୟାସ କରିଥିଲା, ତାହାକୁ ଶ୍ୟାମାପ୍ରସାଦ ଘୋର ବିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରତି ଭାରତୀୟଙ୍କୁ ଜୀବନର ଉପଯୁକ୍ତ ଓ ସ୍ଥାୟୀ ପଥପ୍ରଦର୍ଶନ କରିବା ଦିଗରେ ‘ଭାରତ, ଭାରତୀୟ ଓ ଭାରତୀୟତା’ର ରାଜନୈତିକ ଓ ସାମାଜିକ ଆଦର୍ଶ ଗଢ଼ି ତୋଳିବାରେ ସେ ଜଣେ ପ୍ରମୁଖ ବିନ୍ଧାଣି ଥିଲେ।
ନେହେରୁଙ୍କ ସରକାରରେ ଶ୍ୟମାପ୍ରସାଦ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। କିନ୍ତୁ ନେହେରୁ-ଲିଆକତ୍‌ ଚୁକ୍ତିରେ କଂଗ୍ରେସ ଦ୍ୱାରା ହିନ୍ଦୁଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଦର୍ଶାଇ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେହି ଇସ୍ତଫା ତାଙ୍କ ଆଦର୍ଶଗତ ଚେତନାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ରହିଆସିଛି। ସେ କଦାପି ତାଙ୍କ ଆଦର୍ଶଗତ ପ୍ରତିବଦ୍ଧତାରେ ସାଲିସ କରିନାହାନ୍ତି। ନେହେରୁଙ୍କ କ୍ୟାବିନେଟରୁ ସେ ଇସ୍ତଫା ଦେବା ଦ୍ୱାରା ଦେଶରେ ଏକ ରାଜନୈତିକ ବିକଳ୍ପର ଅଭ୍ୟୁଦୟ ହୋଇଥିଲା। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିଭିନ୍ନ ଆଦର୍ଶରେ ବିଶ୍ୱାସ ରଖିଥିବା ରାଜନୈତିକ ନେତା ଓ ଜନସାଧାରଣ କଂଗ୍ରେସ ଡାକରାରେ ଏକଜୁଟ ହୋଇଥିଲେ। କିନ୍ତୁ ସ୍ବାଧୀନତା ପରେ ରାଜନୈତିକ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ କଂଗ୍ରେସର ବିକଳ୍ପ ଖୋଜିବା ନେଇ ବିତର୍କ ଆରମ୍ଭ ହୋଇଥିଲା। ସାଂସ୍କୃତିକ ଜାତୀୟତାବାଦ ମାଧ୍ୟମରେ ଜାତୀୟ ଅଖଣ୍ଡତାର ମୂଳଦୁଆ ପକାଇବା ଓ ରାଜନୀତିରେ ତୁଷ୍ଟୀକରଣକୁ ବିରୋଧ କରି ଭାରତ ଯେତେବେଳେ ଏକ ରାଜନୈତିକ ଆଦର୍ଶ ଖୋଜୁଥିଲା, ସେତିକିବେଳେ ଶ୍ୟାମାପ୍ରସାଦ ଧ୍ୱଜାଧାରୀ ଭାବେ ଉଭା ହୋଇଥିଲେ। ତାଙ୍କ ଚିନ୍ତାଧାରାରୁ ହିଁ ଜନ୍ମ ନେଇଥିଲା ଜନସଂଘ ଓ ତାହା ୨୧ ଅକ୍ଟୋବର ୧୯୫୧ରେ ପ୍ରତିଷ୍ଠା ହୋଇଥିଲା। ତା’ ପରେ ଅନେକ ଉତ୍ଥାନପତନ ଦେଇ ଆମେ ଆଜି ଏଇଠି ପହଞ୍ଚିଛୁ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୫୧-୫୨ ସାଧାରଣ ନିର୍ବାଚନରେ ଜନସଂଘ କେବଳ ୩ଟି ଆସନ ପାଇଥିଲା। ଶ୍ୟମାପ୍ରସାଦ କଲିକତାରୁ ବିଜୟ ଲାଭ କରି ସଂସଦରେ ପହଞ୍ଚିଥିଲେ। ତାଙ୍କ ସ୍ପଷ୍ଟ ଭାବନା, ଆଦର୍ଶଗତ ପ୍ରତିବଦ୍ଧତା ଓ ଦୂରଦର୍ଶିତାରେ ପ୍ରଭାବିତ ହୋଇ ବିରୋଧୀ ଦଳଗୁଡ଼ିକ ତାଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା କରିଥିଲେ।
ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଲାଗୁ କରାଯିବା ଓ ସେଠାକାର ବାସିନ୍ଦାକୁ ବିଭିନ୍ନ ପ୍ରକାର ସୁବିଧା ଦେବା ଲାଗି କରାଯାଇଥିବା ବ୍ୟବସ୍ଥା ଭାରତର ଅଖଣ୍ଡତାରେ ଏକ ବାଧକ ବୋଲି ଶ୍ୟମାପ୍ରସାଦ ବିଚାର କରୁଥିଲେ। ସେ ଏହି ବିଷୟ ସଂସଦରେ ବହୁବାର ଉଠାଇଛନ୍ତି। ୨୬ ଜୁନ୍‌ ୧୯୫୨ରେ ଜମ୍ମୁ ଓ କଶ୍ମୀର ଉପରେ ହୋଇଥିବା ବିତର୍କରେ ଭାଗ ନେଇ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାରେ ଗୋଟିଏ ରାଜ୍ୟର ନାଗରିକଙ୍କ ଅଧିକାର ଓ ସୁବିଧା କିଭଳି ଅନ୍ୟ ରାଜ୍ୟଠାରୁ ଭିନ୍ନ ହେବ। ଏହା ଦେଶର ଏକତା ଓ ଅଖଣ୍ଡତା ପ୍ରତି କ୍ଷତିକାରକ।
ଶ୍ୟମାପ୍ରସାଦ ଜମ୍ମୁକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା, ଯାହାକୁ ନେଇ ସାରା ଭାରତରେ ପ୍ରବଳ ବିରୋଧ ହୋଇଥିଲା ଓ ଅନେକେ ଗିରଫ ହୋଇଥିଲେ। ତାଙ୍କ ଗିରଫର ୪୦ ଦିନ ପରେ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନଙ୍କର ୨୩ ଜୁନ୍‌ ୧୯୫୩ରେ ଜମ୍ମୁର ଏକ ସରକାରୀ ଡାକ୍ତରଖାନାରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କର ଏଭଳି ବଳିଦାନକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ହେଲେ ନେହେରୁ ସରକାର ସେଥିପ୍ରତି ଆଖିବୁଜି ଦେଇଥିଲେ। ଶ୍ୟମାପ୍ରସାଦଙ୍କ ମାତା ଯୋଗମାୟା ଦେବୀ ପୁଅଙ୍କ ରହସ୍ୟଜନକ ମୃତ୍ୟୁ ନେଇ ତଦନ୍ତ କରିବା ଲାଗି ନେହେରୁଙ୍କ ନିକଟକୁ ପତ୍ର ଲେଖିଥିଲେ। ମାତ୍ର ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅଦ୍ୟାବଧି ତାଙ୍କ ଗିରଫ ଓ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିନି।
ଶ୍ୟାମାପ୍ରସାଦ କହୁଥିଲେ ଭାରତରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନମନ୍ତ୍ରୀ ଓ ଦୁଇ ଜାତୀୟ ପ୍ରତୀକ ରହିପାରିବେ ନାହିଁ। ପ୍ରଥମେ ଜନସଂଘର ସଂକଳ୍ପ ଓ ସିଦ୍ଧାନ୍ତ ଥିବା ଏହି ସ୍ଲୋଗାନ ଏବେ ଭାରତୀୟ ଜନତା ପାର୍ଟି (ଭାଜପା) ଆପଣାଇଛି। ଗୋଟିଏ ପଟେ ତୁଷ୍ଟୀକରଣ ରାଜନୀତିକୁ ବିଶ୍ୱାସ କରୁଥିବା କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ଥିଲାବେଳେ ଅନ୍ୟପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଥିଲା ଭାଜପାର ପ୍ରତିବଦ୍ଧତା। ଜନସଂଘ ଯୁଗ ହେଉ ବା ଭାଜପାର ଯାତ୍ରା, ଭାରତକୁ ଏକ ମଜଭୁତ ଓ ସଙ୍ଗଠିତ ରାଷ୍ଟ୍ର ଭାବେ ଦେଖିବାରେ ଆମ ଆଦର୍ଶ ଓ ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ଘଟି ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ପିତ ଭାବ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦକ୍ଷ ରଣନୀତି ଯୋଗୁ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା ଅନୁଚ୍ଛେଦ ୩୭୦ ସବୁଦିନ ପାଇଁ ଉଚ୍ଛେଦ କରିବାରେ ଭାରତ ସଫଳ ହୋଇଥିଲା। ଫଳରେ ଶ୍ୟାମାପ୍ରସାଦଙ୍କ ସ୍ବପ୍ନକୁ ମୋଦି ସାକାର କଲେ। ବାସ୍ତବରେ ଶ୍ୟାମାପ୍ରସାଦଙ୍କ ବଳିଦାନ ତାଙ୍କୁ ଭାରତମାତାର ଯୋଗ୍ୟତମ ସନ୍ତାନ ଭାବେ ମନେରଖିବ। ତାଙ୍କର ଏଭଳି ତ୍ୟାଗ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଜଗତ୍‌ ପ୍ରକାଶ ନଡ୍ଡା
(ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭାରତୀୟ ଜନତା ପାର୍ଟି)


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...

୮ ବର୍ଷୀୟା ମାଗାଜିନ୍‌ ସମ୍ପାଦିକା

ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍‌। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ...

ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ

ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ...

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବନ୍ୟାରେ ଭାସିଗଲା କାର୍‌, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…

ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍‌ ଭାସିଗଲା। ଜଣେ ମହିଳା ଏହି କାର୍‌କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...

ଏହି ପ୍ରାଚୀନ ଦୁର୍ଗରେ ହଠାତ୍‌ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ

ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ...

ଖଣ୍ଡେ ମାଛ ପାଇଁ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌…

ଗୋପାଳଗଞ୍ଜ,୧୨।୬: ଖାଇବାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌ ଯୋଗୁ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା...

ଭିନ୍ନ ହେବେ ‘ସ୍ପେସ୍‌ ବେବି’

ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୨୬ ଯାଏ ପ୍ରବଳ ବର୍ଷା
Next Post Next post:
ଧରିତ୍ରୀ କାର୍ଟୁନ୍‍ – Dharitri Cartoon

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts