ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀ ଭିତରେ ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଭୂକମ୍ପ ଏବଂ ବନ୍ୟା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଭିନ୍ନ ଧରଣର ଏକ ଘର ତିଆରି ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିରେ କି ଲୁହା ଏବଂ ସିମେଣ୍ଟର କମ୍ ବ୍ୟବହାର କରାଗଲେ ମଧ୍ୟ ଏହା ଅଧିକ ସ୍ଥାୟୀ ହୋଇପାରିବ। ଏହି ଘରଗୁଡ଼ିକ ପରିବେଶ ପ୍ରତି ମଧ୍ୟ କ୍ଷତି ପହଞ୍ଚାଇ ନ ଥାଏ।
ଡେନମାର୍କର ଲାଇସୋ ଦ୍ୱୀପପୁଞ୍ଜରେ ଏପରି ସ୍ବତନ୍ତ୍ର ଧରଣଣ ଘର ସାମୁଦ୍ରିକ ଘାସରେ ତିଆରି କରାଯାଇଛି। ଏହି ଘରେ କେବେ କଳଙ୍କି ଲାଗିବ ନାହିଁ କି କୀଟପତଙ୍ଗର ଭୟ ମଧ୍ୟ ରହିବ ନାହିଁ। ଭୂକମ୍ପ ପରି ବିପର୍ଯ୍ୟୟକୁ ଏହା ସାମ୍ନା କରିବାରେ ସକ୍ଷମ ହେବ। ଡେନମାର୍କର ଲାଇସୋ ଦ୍ୱୀପରେ ଏପରି ଅନେକ ଘର ଅଛି। ଯାହାକି ସାମୁଦ୍ରିକ ଘାସ ବ୍ୟବହାର କରାଯାଇ ନିର୍ମିତ ହୋଇଛି। ଏହି ଘରଗୁଡ଼ିକ ଅନେକ ପିଢ଼ି ପର୍ଯ୍ୟନ୍ତ ରହିଥାଏ। ୧୭ତମ ଶତାବ୍ଦୀରୁ ଏହିପରି ସ୍ବତନ୍ତ୍ର ଘର ନିର୍ମାଣ କରାଯାଉଛି।
ଏହି ସାମୁଦ୍ରିକ ଘାସକୁ ସ୍ବତନ୍ତ୍ର ଭାବରେ ବିବେଚନା କରାଯାଏ। କାରଣ ଏହା ନିଆଁକୁ ଆୟତ୍ତ କରିପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଲଗ୍ରାସ କାର୍ବନ ଡାଇଅକ୍ସାଇଡ ଅବଶୋଷଣ କରିଥାଏ। ଏହି ଉପାୟରେ ଘରେ ରହୁଥିବା ଲୋକଙ୍କୁ କୌଣସି ବାୟୁ ବିଶୋଧନକାରୀ ଆବଶ୍ୟକ କରନ୍ତି ନାହିଁ। ଏହି ଘରୁ ପ୍ରଚୁର ପରିମାଣର ଅମ୍ଳଜାନ ମିଳିଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.