ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷଜ୍ଞଙ୍କ ଦ୍ୱାରା ଏହା ମଧ୍ୟ ସତର୍କ କରାଯାଉଛି ଯେ, ଏହି କାରଣରୁ ବରଫ ତରଳି ଯିବ ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଫଳରେ ସମୁଦ୍ର ମଧ୍ୟରେ ଏବଂ ପାର୍ଶ୍ୱରେ ଥିବା ଦ୍ୱୀପ ପାଣିରେ ବିଲୀନ ହୋଇଯିବ। ଆମେରିକୀୟ ବୈଜ୍ଞାନିକ ବେନୋ ଗୁଟେନବର୍ଗଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ଜଳ ଅତି ଦ୍ରୁତ ଗତିରେ ବଢ଼ୁଛି। ଏଥିପାଇଁ ଗୁଟେନବର୍ଗ ଗତ ୧୦୦ ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ। ବରଫ ତରଳିବାରୁ ସମୁଦ୍ରର ଜଳକୁ ବୃଦ୍ଧି ଘଟୁଛି। ୯୦ ଦଶକରେ ନାସା ମଧ୍ୟ ଏହା ନିଶ୍ଚିତ କରିଛି।
ସମୁଦ୍ରରେ ଜଳ ସ୍ତରର ବୃଦ୍ଧି ହେତୁ ସବୁଠାରୁ ବଡ଼ ବିପଦ ହେଉଛି ସୁନ୍ଦର ଦ୍ୱୀପପୁଞ୍ଜ ସବୁ ପାଣିରେ ବୁଡ଼ିଯିବେ। ଏପରି ଅନେକ ଦ୍ୱୀପ ଅଛି, ଯାହା ଆଗାମୀ ୬୦ ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବେ। ଜାଣନ୍ତୁ ଏସବୁ ଦ୍ୱୀପ ବିଷୟରେ…
ମାଳଦ୍ୱୀପ:
ପର୍ଯ୍ୟଟକମାନଙ୍କ ପାଇଁ ସ୍ବର୍ଗ କୁହାଯାଉଥିବା ଏହି ମାଳଦ୍ୱୀପ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି ଦ୍ୱୀପକୁ ଭାରତ ମହାସାଗରର ଗର୍ବ ମଧ୍ୟ କୁହାଯାଏ। ଏଠାରେ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ରିସର୍ଟ ଏବଂ ଏପରିକି ଅଣ୍ଡର ଓ୍ବାଟର ହୋଟେଲ ଅଛି । କିନ୍ତୁ ଓ୍ବାଲର୍ଡ ବ୍ୟାଙ୍କ ସମେତ ଅନେକ ସଂସ୍ଥା ଏହାକୁ ନେଇ ଭୟ କରୁଛନ୍ତି। କାରଣ ଜଳସ୍ତର ବୃଦ୍ଧି ଘଟୁଥିବାରୁ ୨୧୦୦ ମସିହା ସୁଦ୍ଧା ଏହି ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇପାରେ।
ସେହିପରି ଆଉ କିଛି ଦ୍ୱୀପ ଯଥା ପଲାଉ, ମାଇକ୍ରୋନେସିଆ, ଫିଜି, ସୋଲେମନ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହେବାର ଆଶଙ୍କା କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.