E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଢେଙ୍କାନାଳ, ରାଜ୍ୟ

ମନ କିଣୁଛି କିଚେନ ଗାର୍ଡେନ
8:41 amJune 5, 2021

କାମାକ୍ଷାନଗର, ୫।୬  ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା ସାଙ୍ଗକୁ ଭଳିକି ଭଳି ଶାଗର ସବୁଜ କିଆରିରେ ପୂରି ଉଠିଛି ପରିବେଶ। କେଉଁ ଚାଷ ଜମି କି ଫାର୍ମ ହାଉସ୍‌ ନୁହେଁ, ବରଂ ସ୍କୁଲ ହତା ପରିସରରେ ଶୋଭାବର୍ଦ୍ଧନ କରୁଛି ଏଭଳି ଏକ କିଚେନ ଗାର୍ଡେନ। ସରକାରଙ୍କ ଓ୍ବାର୍କ ଏଜୁକେଶନ ଆନୁକୂଲ୍ୟରେ ପିଲାଙ୍କୁ ପାଠପଢ଼ା ସହ ସ୍ବାବଲମ୍ବୀ ହେବାର କୌଶଳ ଶିକ୍ଷା ଦିଆଯାଉଥିବାବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରାସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲର କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କ ନିଷ୍ଠାପର ଉଦ୍ୟମ ବଳରେ ଏହା ସମ୍ଭବପର ହୋଇଛି।

ଶିକ୍ଷା, କ୍ରୀଡ଼ା, କଳା, ବିଜ୍ଞାନରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି କାନପୁରା ପଞ୍ଚାୟତିରାଜ ହାଇସ୍କୁଲ। ଜିଲାର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଏବେ ଚାଷରେ ବି ଉଦାହରଣ ସୃଷ୍ଟି କରିଛନ୍ତି। ସମସ୍ତଙ୍କ ଉଦ୍ୟମରେ ସ୍କୁଲ ପରିସରରେ ଥିବା ଜମିରେ ହସୁଛି ପନିପରିବା ବଗିଚା, ଯାହା ଏବେ ଉଦାହରଣ ସୃଷ୍ଟି କରିଛି।
୧୯୯୨ରେ ଗଢ଼ିଉଠିଥିବା ଏହି ଶିକ୍ଷାନୁଷ୍ଠାନରେ ପ୍ରାୟ ୫ ବର୍ଷ ତଳେ କିଚେନ ଗାର୍ଡେନର ପରିକଳ୍ପନା କରାଯାଇଥିଲା। ଏଥିଲାଗି ସ୍ବତନ୍ତ୍ର ଭାବେ ଦୈନିକ କିଛି ସମୟ ଦେବାକୁ ନିଷ୍ପତ୍ତି ହୋଇଥିଲା। ସ୍କୁଲର ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଛାତ୍ରାବାସରେ ନିୟୋଜିତ ଜଣେ ଅସ୍ଥାୟୀ କର୍ମଚାରୀ ଏବଂ ପିଲାମାନଙ୍କ ସହାୟତାରେ ଏହାକୁ ସଫଳ ରୂପ ଦିଆଯାଇପାରିଛି। ପାଖାପାଖି ଦେଢ଼ ବର୍ଷ ହେଲା କରୋନା ମହାମାରୀ ଯୋଗୁ ଶିକ୍ଷାକ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍କୁଲ ମଧ୍ୟ ବନ୍ଦ ରହିଛି। ହେଲେ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମରେ ଏବେ ବି କିଚେନ ଗାର୍ଡେନ ଭର୍ତ୍ତି ହୋଇଛି ତଟକା ପନିପରିବାରେ।
ଚାଷ ସମ୍ପର୍କିତ ଜ୍ଞାନ ପ୍ରଦାନ ଲାଗି ଶିକ୍ଷକ, କର୍ମଚାରୀ ଏବଂ ପିଲାମାନଙ୍କ ସହଯୋଗରେ ଏଭଳି ଏକ ପରିବା ବଗିଚା କରାଯାଇଥିଲା। ପିଲାମାନେ ଏହାର ଯତ୍ନ ନେଉଥିଲେ। ଏଥିଲାଗି ସ୍ବତନ୍ତ୍ର ସରଣୀ ପ୍ରସ୍ତୁତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଉଦ୍ୟମରେ କିଚେନ ଗାର୍ଡେନର କଳେବର ବଢ଼ିବା ପରେ ସ୍ଥାନୀୟ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। କେତେଜଣ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଶୀତଦିନେ ଫୁଲ ଏବଂ ପରିବା ଚାଷରେ ହାରାହାରି ୫୦,୦୦୦ ଟଙ୍କା ଏବଂ ଖରାଦିନେ ୧୦ରୁ ୨୫ ହଜାର ଟଙ୍କା ଯାଏ ଖର୍ଚ୍ଚ ହେଉଛି। ବିଦ୍ୟାଳୟ ଅଧୀନରେ ଥିବା ଛାତ୍ରାବାସ, ଛାତ୍ରୀନିବାସରେ ପାଖାପାଖି ୪୦୦ ଜଣ ରହିବା ବ୍ୟବସ୍ଥା ଅଛି। ଋତୁ ଅନୁଯାୟୀ ଛାତ୍ରାବାସର ଦୈନନ୍ଦିନ ଆବଶ୍ୟକତାର ପାଖାପାଖି ୨୫ରୁ ୪୦% ପନିପରିବା କିଚେନ ଗାର୍ଡେନରୁ ବାହାରେ, ଯାହା ଅନ୍ତେବାସୀଙ୍କ ଚାହିଦା ମେଣ୍ଟାଉଥିଲା। ଏବେ ସ୍କୁଲ ବନ୍ଦ ଥିବାରୁ ଉତ୍ପାଦିତ ପରିବା କାର୍ଯ୍ୟରତ କର୍ମଚାରୀ, ଅଭିଭାବକ ଏବଂ ଶୁଭେଚ୍ଛୁଙ୍କୁ ବାଣ୍ଟି ଦିଆଯାଉଛି। ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତିରେ କର୍ମଚାରୀମାନେ ଗାର୍ଡେନର ତଦାରଖ କରୁଛନ୍ତି। ଫସଲରେ ଜୈବିକ ଖତସାର ପ୍ରୟୋଗକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଦୈନିକ ଅପରାହ୍ନରେ ୨ରୁ ୩ ଘଣ୍ଟା ଶ୍ରମ ବିନିଯୋଗ କରାଯାଉଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆନନ୍ଦ ମିଳୁଛି

ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ଲାଗି ସରକାର ଓ୍ବାର୍କ ଏଜୁକେଶନ ଆରମ୍ଭ କରିଛନ୍ତି। ଏଥିଲାଗି ପାଠପଢ଼ା ସାଙ୍ଗକୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି। ପିଲାମାନେ ଶ୍ରମ ବିନିଯୋଗ କରି କିଚେନ ଗାର୍ଡେନ ତିଆରି କରିଛନ୍ତି। ବଗିଚାରୁ ଉତ୍ପାଦିତ ପରିବା ସେମାନେ ବ୍ୟବହାର କରୁଛନ୍ତି। ହାତପାଆନ୍ତାରେ ତଟକା ପରିବା ମିଳୁଥିବାରୁ ଆନନ୍ଦ ମିଳୁଛି।
-ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ

ପ୍ରଶଂସନୀୟ ଉଦ୍ୟମ
କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ଅଞ୍ଚଳବାସୀଙ୍କ ଗର୍ବ ଓ ଗୌରବର ପ୍ରତୀକ। ଏଠାରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ସବୁବେଳେ ଭିନ୍ନ କରି ଦେଖାଇଥାଆନ୍ତି। ସ୍କୁଲ ପ୍ରଶାସନର ଉଦ୍ୟମରେ କରାଯାଇଥିବା କିଚେନ ଗାର୍ଡେନ ଏକ ନିଆରା ପରିକଳ୍ପନା। ଏଭଳି ଉଦ୍ୟମ ପ୍ରଶଂସନୀୟ।
-ସର୍ବେଶ୍ବର ପାତ୍ର, ବୁଦ୍ଧିଜୀବୀ

ପରାମର୍ଶ କାମରେ ଆସିଲା
ଏକ ଚାରାବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନ ଶିକ୍ଷକଙ୍କ ସହିତ ସ୍କୁଲରେ ଏକ କିଚେନ ଗାର୍ଡେନ କରିବା ବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ପ୍ରଶାସନ ପରାମର୍ଶକୁ ଗୁରୁତ୍ୱ ଦେଇଥିଲା, ଯାହା ଏବେ କାମରେ ଆସିଛି। ଛାତ୍ରୀଛାତ୍ର ଏବଂ କର୍ମଚାରୀ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ଏଭଳି କାର୍ଯ୍ୟରେ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ସହଯୋଗ କରିବା ସ୍ବାଗତଯୋଗ୍ୟ।
-ଅଖିଳ କୁମାର ପଣ୍ଡା, ପ୍ରକୃତିପ୍ରେମୀ


[mc4wp_form id="252536"] All Right Reserved By Dharitri.Com

Posted inଢେଙ୍କାନାଳ, ରାଜ୍ୟ View All

ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...

ଡା. ମନୋଜ ସାହୁଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ’ ସମ୍ମାନ...

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

ଦୁଗ୍ଧ ଚାଷୀଙ୍କୁ ମିଳିବ ୬୦୦୦ ଟଙ୍କା

ଭୁବନେଶ୍ୱର,୨୪।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଗୁରୁବାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବାବଦକୁ ସର୍ବାଧିକ...

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...

କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌...

ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍‌-୧୯ ନମୁନାରେ ଭାଇରାଲ ଲୋଡ୍‌ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...

ବର୍ଷାରେ ଧୋଇଗଲା ଡାଇଭର୍ସନ

କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି
Next Post Next post:
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts